ସିଗାରେଟ ବୋଝେଇ କଣ୍ଟେନର ଲୁଟ

ଖୋର୍ଦ୍ଧା,ଏନ୍ଏନ୍ଏସ୍: ୧୬ ନଂ ଜାତୀୟ ରାଜପଥର ଟାଙ୍ଗୀ ଥାନା ଅଞ୍ଚଳର ଉଗ୍ରତାଲା ଜଙ୍ଗଲ ରାସ୍ତାରେ ବନ୍ଧୁକ ଦେଖାଇ ଏକ ସିଗାରେଟ୍ ଭର୍ତି କଣ୍ଟେନରକୁ ଲୁଟ କରିଥିବା ଜଣାଯାଇଛି। ସୂଚନା ଅନୁସାରେ ଆଇଟିସିଭଜିରୋ ସୁଲତାନ କମ୍ପାନୀର ସିଗାରେଟ ଭର୍ତ୍ତି କଣ୍ଟେନର ହାଇଦ୍ରାବାଦରୁ କୋଲକତା ଯାଉଥିବାବେଳେ ଏକ ଡକାୟତ ଦଳ ଟ୍ରକ ଆଗରେ ଆଉ ଏକ ଗାଡ଼ିକୁ ଆଡ଼ା ପକାଇ ଟ୍ରକକୁ ଅଟକାଇଥିଲେ। ସେଠାରେ ଟ୍ରକ ଚାଳକର ମୁଣ୍ଡରେ ବନ୍ଧୁକ ଳଗାଇ ତା’ର ହାତଗୋଡ଼ ବାନ୍ଧି ଉଗ୍ରତାଲା ଜଙ୍ଗଲରେ ଫିଙ୍ଗି ଦେଇ ଟ୍ରକଟିକୁ ନେଇ ଫେରାର ହୋଇଯାଇଥିଲେ।

ସକାଳ ହେବାରେ ସ୍ଥାନୀୟ ଲୋକ ଟ୍ରକ ଚାଳକକୁ ଉଦ୍ଧାର କରିବାରୁ ଚାଳକ ଜଣଙ୍କ ପ୍ରଥମେ ଚାନ୍ଦପୁର ଥାନାରେ ଅଭିଯୋଗ କରିଥିଲେ। ଚାନ୍ଦପୁର ଥାନା ପୁଲିସ ଏହା ତାଙ୍କ ଥାନା ଅନ୍ତର୍ଗତରେ ଆସୁନଥିବାରୁ ତାକୁ ଫେରାଇ ଦେଇଥିଲେ। ପରେ ଚାଳକ ଜଣଙ୍କ ଟାଙ୍ଗୀ ଥାନାରେ ଅଭିଯୋଗ କରିଥିଲେ। ପରେ ଟାଙ୍ଗୀ ଥାନା ପୁଲିସ ଉକ୍ତ ଘଟଣାର ତଦନ୍ତ ଚଳାଇଛି।

ଅନ୍ୟପଟେ ଲୁଟ ହୋଇଥିବା ଟ୍ରକଟି ଫାଲକନ ଫିଡସ କମ୍ପାନୀ ନିକଟରେ ଠିଆ ହୋଇଥିବାବେଳେ ଟ୍ରକଟି ସମ୍ପୂର୍ଣ୍ଣ ଖାଲି ଅଛି। ତେବେ ଲୁଟ ସିଗାରେଟର ଆନୁମାନିକ ମୂଲ୍ୟ ୨କୋଟି ହେବ ବୋଲି କମ୍ପାନୀର କଟକ ସୁପରଭାଇଜର ସୁଦୀପ କୈସିରା ସୂଚନା ଦେଇଛନ୍ତି। ଏ ନେଇ ପୁଲିସ ଛାନ୍ଭିନ୍ ଆରମ୍ଭ କରିଛି।