Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡକ ଯୋଜନାରେ ବ୍ୟାପକ ହରିଲୁଟ୍ , ୪ ଯନ୍ତ୍ରୀ ଓ ଠିକାଦାରଙ୍କ ନାମରେ ମାମଲା ରୁଜୁ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡକ ଯୋଜନାରେ ବ୍ୟାପକ ହରିଲୁଟ୍ , ୪ ଯନ୍ତ୍ରୀ ଓ ଠିକାଦାରଙ୍କ ନାମରେ ମାମଲା ରୁଜୁ

ଦେବଗଡ,ଏନଏନଏସ୍: ଗ୍ରାମାଚଂଳ ଜନସାଧାରଣଙ୍କ ଗମନାଗମନର ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା କାର୍ଯ୍ୟକାରୀ କରାଯାଇ କୋଟିକୋଟି ଟଙ୍କାର ପାଣ୍ଠି ବିନିଯୋଗ କରାଯାଉଥିବାବେଳେ ବିଭାଗୀୟ କର୍ତ୍ତୃପକ୍ଷ ଙ୍କ ଦୁର୍ନୀତି ଏବଂ ଠିକାଦାର ସହ ମଧୁର ସମ୍ପର୍କ ପାଇଁ ବାସ୍ତବିକ କ୍ଷେତ୍ରରେ ଏହି ଯୋଜନାକୁ ସଠିକ କାର୍ଯ୍ୟକାରୀ କରାଯାଇପାରୁନାହିଁ। ଏହି ଯୋଜନାରେ କୋଟି କୋଟି ଟଙ୍କା ହରିଲୁଟ ହେଉଥିବା ଅଭିଯୋଗ ପରେ ବିଭାଗୀୟ ତଦନ୍ତ ବେଳେ ଏହି ଘଟଣାର ସତ୍ୟାସତ୍ୟ ଥିବା ଜଣାପଡିବା ପରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଥାନାରେ ମାମଲା ଋୁଜ୍ଜୁ ହୋଇଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ ଦେବଗଡ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଜନ ଅନ୍ତର୍ଗତ କଂସର ଜମନକିରା (ବେଲୁଆମ) ପ୍ରଧାନମନ୍ତ୍ରୀ ସଡକ ଯୋଜନା ପାଇଁ ୫କୋଟିରୁ ଉଦ୍ଧ୍ୱର୍ ଟଙ୍କାର ବ୍ୟୟ ଅଟକଳ କରାଯାଇ ୧୪ କିମି ରାସ୍ତା ପାଇଁ ୧ ବର୍ଷ କାର୍ଯ୍ୟ ଅବଧି ରହିଥିଲା। ଦେବଗଡ ସହରର ତୁଲସୀ କନଷ୍ଟ୍ରକସନ ନାମକ ଠିକା ସଂସ୍ଥାକୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ମାତ୍ର ନିର୍ମାଣ ଅବଧି ପରେ ମଧ୍ୟ ଉକ୍ତ ରାସ୍ତାକାମ ସଂପୂର୍ଣ୍ଣ ହୋଇ ନଥିବା ବେଳେ ଉକ୍ତ ଠିକ।ସଂସ୍ଥା କୁ ଅହେତୁକ ଅନୁକମ୍ଫା ପ୍ରଦର୍ଶନ କରି ତତକାଲୀନ ନିର୍ବାହୀ ଯନ୍ତ୍ରୀ ତଥା ବର୍ତ୍ତମାନ ଗଞ୍ଜାମ ଗ୍ରାମ୍ୟ ଉନ୍ନୟନ ବିଭାଜନ ର କାର୍ଯ୍ୟରତ ନିର୍ବାହୀ ଯନ୍ତ୍ରୀ କିଶୋର କୁମାର ମିଶ୍ର ,ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ତଥା ବତର୍୍ମାନ ରେଢାଖୋଲ ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡରେ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ହିମାଂଶୁ ଶେଖର ସେଠୀ,ଦେବଗଡ ଗ୍ରାମ୍ୟ ଉନ୍ନୟନ ବିଭାଜନରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ହିମାଂଶୁ ବେହେରା ,ଦେବଗଡ ଗ୍ରାମ୍ୟ ଉନ୍ନୟନ ବିଭାଜନରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ତଥା ଦାଇତ୍ୱରେ ଥିବା ଏଷ୍ଟିମେଟର ସୁବୋଧ ମୁଦଲି ଚଂଚକତା ପୂର୍ବକ ୩୦ ଲକ୍ଷରୁ ଉଦ୍ଦ୍ୱର୍ ଟଙ୍କା ଅଧିକ ଅର୍ଥ ତୁଲସୀ କନଷ୍ଟ୍ରକସନ କୁ ପ୍ରଦାନ କରିଥିଲେ।

ଫଳରେ ସରକାର ଙ୍କ ରାଜସ୍ୱରୁ ଘୋର କ୍ଷତି ଘଟିଥିଲା। ଏ ସମ୍ପର୍କରେ କେତେକ ଗଣ ମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଏହି ଘଟଣା ବିଭାଗୀୟ ସଚିବ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।ଘଟଣାର ଗମ୍ଭିରତା କୁ ଦୃଷ୍ଟିରେ ରଖି ବିଭାଗୀୟ ସଚିବ ଙ୍କ ନିର୍ଦ୍ଧେଶ ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ବଲପୁର ମଣ୍ଡଳର ଅଧିକ୍ଷଣ ଯନ୍ତ୍ରୀ ସଞ୍ଜୟ କୁମାର ପାତ୍ର ଘଟଣାର ତଦନ୍ତ କରି ଅଭିଯୋଗର ସତ୍ୟତା ଥିବା ଜାଣିବା ପରେ ସରକାର ଙ୍କ ଠାରେ ତାଙ୍କ ତଦନ୍ତ ରିପୋର୍ଟ ପ୍ରଦାନ କରିଥିଲେ।ତଦନ୍ତ ରିପୋର୍ଟ ଆଧାରରେ ବିଭାଗୀୟ ସଚିବ ଙ୍କ ନିର୍ଦ୍ଦେଶ ପରେ ଗତକାଲି ଅଧିକ୍ଷଣ ଯନ୍ତ୍ରୀ ସଞ୍ଜୟ କୁମାର ପାତ୍ର ରିଆମାଳ ଥାନା କୁ ଆସି ଉପରୋକ୍ତ ଅଧିକାରୀ ଓ ଠିକାଦାର ଙ୍କ ନାମରେ ମାମଲା ଋୁଜ୍ଜୁ କରିଥିବା ଜଣା ପଡିଛି।

ଏ ସମ୍ପର୍କ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ପାତ୍ର ଙ୍କ ମତାମତ ନେବାରୁ ସେ ଘଟଣା କୁ ସ୍ୱୀକାର କରିବା ସହ ନିର୍ବାହୀ ଯନ୍ତ୍ରୀ ,ସହକାରୀ ନିର୍ବାହୀ ଯନ୍ତ୍ରୀ ,ସହକାରୀ ଯନ୍ତ୍ରୀ , କନିଷଠ ଯନ୍ତ୍ରୀ ଓ ଠିକାଦାର ଙ୍କ ନାମରେ ଅଭିଯୋଗ କରିଥିବା ପ୍ରକାଶ କରିବା ସହ ରିଆମାଳ ଥାନା ଅଧିକାରୀୂ ତାଙ୍କ ଅଭିଯୋଗ ପତ୍ର କୁ ଗ୍ରହଣ କରିବାରେ କୁଣ୍ଠାବୋଧ ପ୍ରକାଶ କରିବା ସହ ଦୀର୍ଘ ସମୟ ଧରି ଥାନାରେ ରହିବା ପରେ ମଧ୍ୟ ତାଙ୍କୁ ଏତାଲା କପି ପ୍ରଦାନ ନକରିବାରୁ ସେ ଆଜି ଏ ସମ୍ପର୍କରେ ଦେବଗଡ ଏସପି ରାହୁଲ ଜୈନ ଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ମାମଲା ଋୁଜ୍ଜୁ ହୋଇଥିବା ପ୍ରକାଶ କରିଛନ୍ତି।ଅନ୍ୟ ପକ୍ଷରେ ଦେବଗଡ ଗ୍ରାମ୍ୟ ଉନ୍ନୟନ ବିଭାଜନରେ କାର୍ଯ୍ୟରତ ସହକାରୀ ଶ୍ରୀ ବେହେରା ଓ କନିଷ୍ଠ ଯନ୍ତ୍ରୀ ଶ୍ରୀ ମୁଦଲି ଛୁଟିରେ ଚାଲି ଯାଇଥିବା ବେଳେ ଠିକାଦାର ଶ୍ରୀ ବେହେରା ଙ୍କ ମୋବାଇଲ ଫୋନ ବନ୍ଦ ରହିଛି।

ତେବେ ଏହି କଂସର ଜମନକିରା ରାସ୍ତା ଠିକା କାମ ତୁଲସି କନଷ୍ଟ୍ରକସନ କୁ ମିଳିଥିଲେ ମଧ୍ୟ ଏହି କାମ କୁ ଦେବଗଡ ଜିଲ୍ଲା ପରିଷଦର ଅଧ୍ୟକ୍ଷା ସୁଧାମୟୀ ପଟେଲ ଙ୍କ ସ୍ୱାମୀ ତଥା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରଞ୍ଜୀତ ପଟେଲ କରୁଥିବା ବେଲେ ବିଜେପି ଦଳର କ୍ଷମତାସୀନ ପଦବୀରେ ଥିବା ପତ୍ନୀ , ବିଧାୟକ ଓ ସାଂସଦ ଙ୍କ ଛତ୍ରଛାୟା ତଳେଥିବା ଶ୍ରୀ ପଟେଲ ନିର୍ଭୀକ ଭାବେ ଏହି ରାସ୍ତାକାମ କୁ ନିମ୍ନ ମାନର କରିବା ସହ ୧୪ କି.ମି ବଦଳରେ ୮ କି.ମି ନିମ୍ନ ମାନର ରାସ୍ତା ନିର୍ମାଣ କରିଥିବା ବେଳେ ୬ କି.ମି ରାସ୍ତା ହେବା ପୂର୍ବରୁ ବିଭାଗୀୟ ଅଧିକାରୂୀ ଙ୍କୁ ହାତ କରି ସମସ୍ତ ଟଙ୍କା ଉଠାଇ ନେଇଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ଜିଲ୍ଲାରେ କ୍ଷମତାସୀନ ଦଳର ପୃଷ୍ଠ ପୋଷକତାରେ ଏହି ଦୁର୍ନତୀ ହୋଇଥିବାରୁ ବିଭାଗୀୟ ତଦନ୍ତ ଓ ଥାନାରେ ମାମଲାଋୁଜ୍ଜୁ ସତ୍ତେ୍ୱ ଅଭିଯୁକ୍ତ ଅଧିକାରୀ ଙ୍କ ବିରୁଦ୍ଧରେ କୈାଣସି କାର୍ଯ୍ୟାନୁଷ୍ଠାନ ହୋଇପାରୁ ନ ଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।