really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ତାପମାତ୍ରାରେ ବୃଦ୍ଧି ଯୋଗୁ ଓଡ଼ିଶାରେ ୪୨,୩୩୪ ଜଳବାୟୁ ଜନିତ ମୃତ୍ୟୁ ଦେଖିବାକୁ ମିଳିବ ବୋଲି ଆକଳନ କରାଯାଇଛି । ପ୍ରତିବର୍ଷ ହୃଦଘାତରେ ରାଜ୍ୟରେ ଯେତିକି ମୃତ୍ୟୁ ହେଉଛି ଏହାର ତାହାର ପାଂଚ ଗୁଣାରୁ ଅଧିକ ହେବ । ଅତ୍ୟଧିକ ତାପମାତ୍ରା ଯୋଗୁ ହେବାକୁ ଥିବା ସମୁଦାୟ ୧,୫୪୩,୭୦୮ ମୃତ୍ୟୁର ୬୪% ଛଅଟି ରାଜ୍ୟ, ଉତର ପ୍ରଦେଶ (୪୦୨,୨୮୦), ବିହାର (୧୩୬,୩୭୨), ରାଜସ୍ଥାନ (୧୨୧,୮୦୯), ଆନ୍ଧ୍ର ପ୍ରଦେଶ (୧୧୬,୯୨୦), ମଧ୍ୟପ୍ରଦେଶ(୧୦୮,୩୭୦) ଓ ମହାରାଷ୍ଟ୍ର (୧୦୬,୭୪୯)ରେ ଘଟିବ ବୋଲି ଅ।କଳନ କରାଯାଇଛି । ୨୦୧୦ରୁ ୨୦୧୮ରେ ଗ୍ରୀଷ୍ଣ ପ୍ରବାହ ଯୋଗୁ ଭାରତରେ ୬୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ସେଥି ମଧ୍ୟରୁ ୯୦%ରୁ ଅଧିକ ମୃତ୍ୟୁ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗରେ ଘଟିଥିଲା ।
ଏହି ରିପୋର୍ଟ ଉପସ୍ଥାପନ କରାଯିବା ପରେ ଓଡ଼ିଶାରେ ଜଳବାୟୁ ପରିବର୍ତନ ଓ ଅତ୍ୟଧିକ ଜଳବାୟୁ ସ୍ଥିତିର ପ୍ରଭାବ ଉପରେ ଏକ ପ୍ୟାନେଲ ଅ।ଲୋଚନା ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ୟାନେଲିଷ୍ଟ ଭାବେ ସାମିଲ ହୋଇଥିଲେ ନାୟକ ଓ ଅମିରଙ୍କ ସମେତ ଶ୍ରୀଜିତ ମିଶ୍ର, ନିର୍ଦେଶକ, ନବକୃଷ୍ଣ ଚେଧୁରୀ ସେଂଟର ଫର ଡେଭେଲପମେଂଟ ଷ୍ଟଡିଜ ଓ ଅମ୍ବରିଶ ଦତା, ଅ।ସୋସିଏଟ ପ୍ରଫେସର, ଇଣ୍ଡିଅ।ନ ଇନଷ୍ଟିଚ୍ୟୁଟ ଅଫ ପବ୍ଲିକ ହେଲଥ, ଭୁବନେଶ୍ୱର, ପବ୍ଲିକ ହେଲଥ ଫାଉଣ୍ଡେସନ ଅଫ ଇଣ୍ଡିଅ। ।