ଭାରତ ଓ ବାଂଲାଦେଶ ପ୍ରଥମ ଟି-୨୦ : ବାଂଲାକୁ ୧୪୯ ଟାର୍ଗେଟ୍

ନୂଆଦିଲ୍ଲୀ: ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଭାରତ ଓ ବାଂଲାଦେଶ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ରେ ବାଂଲାଦେଶରେ ନିର୍ଦ୍ଧାରିତ ଓଭରରେ ୧୪୮ ରନ୍ କରିଛି। ମୁକାବିଲାକୁ ଜିତିବା ପାଇଁ ବାଂଲାଦେଶକୁ ନିର୍ଦ୍ଧାରିତ ଓଭରରେ ୧୪୯ ରନ୍ କରିବାକୁ ପଡ଼ିବ। ଭ୍ରମଣକାରୀ ଟିମର ବୋଲରମାନେ ପ୍ରଶଂସନୀୟର ପ୍ରଦର୍ଶନ କରିଥିବା ବେଳେ ଭାରତୀୟ ବ୍ୟାଟ୍ସମ୍ୟାନ୍ ନିରାଶ କରିଛନ୍ତି। ଭାରତ ପକ୍ଷରୁ ଶିଖର ଧୱନ୍ ସର୍ବାଧିକ ୪୧ ରନ୍ କରିଛନ୍ତି।

ଉକ୍ତ ମ୍ୟାଚରେ ବାଂଲାଦେଶ କ୍ୟାପଟେନ୍ ମହମଦୁଲ୍ଲା ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଭାରତକୁ ପ୍ରଥମ ଓଭରରେ ବଡ଼ ଝଟକା ଲାଗିଥିଲା। କ୍ୟାପଟେନ୍ ରୋହିତ୍ ଶର୍ମା ମ୍ୟାଚର ପ୍ରଥମ ଏବଂ ପଞ୍ଚମ ବଲରେ ଚୌକା ମାରିଥିଲେ ହେଁ ଓଭରର ଶେଷ ବଲରେ ସାଫିଉଲ୍ ଇସଲାମଙ୍କ ବଲରେ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ । ରୋହିତ୍ ୫ ବଲରେ ମାତ୍ର ୯ ରନ୍ କରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଲୋକେଶ ରାହୁଲ ମଧ୍ୟ ଆଶାମୁତାବକ ବ୍ୟାଟିଂ କରିପାରିନଥିଲେ।