ନଡ଼ିଆଗଛରୁ ପଡ଼ି ଜଣେ ମୃତ

ବାଣପୁର,ଏନ୍ଏନ୍ଏସ୍: ବାଣପୁର ବ୍ଲକ୍‌ ଅନ୍ତର୍ଗତ ନନ୍ଦପୁର ପଞ୍ଚାୟତ ମଙ୍ଗରାଜପୁର ଗାଁରେ ଜଣେ ବ୍ୟକ୍ତି ନଡ଼ିଆ ଗଛରୁ ପଡ଼ି ପ୍ରାଣ ହରାଇଥିବା ଜଣାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ମାନିଆ ପରିଡ଼ା(୫୫)। ସୂଚନା ଅନୁସାରେ ମାନିଆ ରବିବାର ସକାଳେ ଗାଁର ଜଣଙ୍କ ନଡ଼ିଆଗଛରେ ଚଢ଼ି ନଡ଼ିଆ ପାରୁଥିଲେ।

କୌଣସି କାରଣରୁ ସେ ନଡ଼ିଆଗଛରୁ ସିଧା ତଳକୁ ଖସିପଡ଼ି ଗୁରୁତର ହୋଇଥିଲେ। ସେଠାରୁ ତାଙ୍କୁ ତୁରନ୍ତ ବାଣପୁଣ ଡକ୍ତରଖାନାକୁ ନେଇଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ବାଣପୁର ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ବ୍ୟବଚ୍ଛେଦ ପାଇଁ ପଠାଇଛି। ଏ ସଂକ୍ରାନ୍ତରେ ମାମଲା ରୁଜୁ କରି ପୁଲିସ ତଦନ୍ତ ମଧ୍ୟ ଆରମ୍ଭ କରିଛି।