ମଧ୍ୟାହ୍ନ ଭୋଜନ ତାଲିକାରେ ଅଛି ଡାଲମା : ସ୍କୁଲରେ ପିଲାଙ୍କୁ ଦିଆଯାଉଛି ଡାଲି ପାଣି !

ଭୁବନେଶ୍ୱର : ବିଦ୍ୟାଳୟର ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ଭଲ ଖାଦ୍ୟ ଦେବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିଥିବା ବେଳେ ଅନେକ ସ୍କୁଲରେ ଏହା ସୁପରିଚାଳନାର ଅଭାବ ଦେଖାଯାଇଛି। ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ମୁରଲୀଧର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହେଉଛି ଏହାର ଜ୍ୱଳନ୍ତ ଉଦାହରଣ। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଟୁଇଟ୍‌ ଅନୁସାରେ ଏହି ସ୍କୁଲର ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନରେ ଭାତ ଓ ଡାଲି ପାଣି ଦିଆଯାଉଛି। ମାତ୍ର ସ୍କୁଲର ମଧ୍ୟାହ୍ନ ଭୋଜନ ମ୍ୟାନୁରେ ଭାତ ସହିତ ଡାଲମା, ଭାତ ସହିତ ସୋୟାବିନ ତରକାରୀ ଓ ଭାତ ସହିତ ଅଣ୍ଡା ଦେବାର ବ୍ୟବସ୍ଥା ଅଛି।

ସରକାର ଡାଲମା ତିଆରି କରିବା ପାଇଁ ଡାଲିରେ ପନିପରିବା ମିଶାଇବାକୁ ଆଦେଶ ଦେଇଛନ୍ତି। ଜଣେ ପ୍ରାଥମିକ ଶ୍ରେଣୀର ପିଲାପାଇଁ ୬୦ ଗ୍ରାମ ଓ ଉଚ୍ଚ ପ୍ରାଥମିକ ଶ୍ରେଣୀର ପିଲା ପାଇଁ ୧୦୦ ଗ୍ରାମ ପନିପରିବା ଦିଆଯିବା ଆବଶ୍ୟକ। ମାତ୍ର ମୁରଲୀଧର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପିଲାମାନେ କୁହନ୍ତି ତାଙ୍କୁ ଡାଲମା ବଦଳରେ ଡାଲି ପାଣି ଦିଆଯାଏ। ଡାଲି ପାଣିରେ କେବଳ ପିଆଜ ପଡ଼ିଥାଏ। ସେଥିପାଇଁ ପିଲାମାନେ ଘରୁ ତରକାରୀ ନେଇକି ସ୍କୁଲ ଯାଇଥାନ୍ତି।

ସ୍କୁଲର ମଧ୍ୟାହ୍ନ ଭୋଜନ ମ୍ୟାନୁରେ ଭାତ ସହିତ ଡାଲମା, ଭାତ ସହିତ ସୋୟାବିନ ତରକାରୀ ଓ ଭାତ ସହିତ ଅଣ୍ଡା ଦେବାର ବ୍ୟବସ୍ଥା ଅଛି।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଟୁଇଟ ଅନୁସାରେ ଏହି ବିଦ୍ୟାଳୟରେ ଶିକ୍ଷକମାନେ ପିଲାମାନଙ୍କ ଖାଦ୍ୟ ହଡ଼ପ କରିବାର ବି ଅଭିଯୋଗ କରିଥିଲେ ମଧ୍ୟ ପ୍ରଧାନ ଶିକ୍ଷକ ମୁହଁରୁ କିଛି ଉତ୍ତର ବାହାରୁନାହିଁ। ପ୍ରଧାନଶିକ୍ଷକ କ୍ୟାମେରା ସମ୍ନାକୁ ଆସିବାକୁ ବି ଭୟ କରୁଛନ୍ତି। ଫୋଟ ଏବଂ ଭିଡ଼ିଓ ଭାଇରାଲ କରିଥିବା ଯୁବକମାନଙ୍କୁ ଭବିଷ୍ୟତ ଅନ୍ଧାର କରିଦେବି ବୋଲି ଧମକ ଦେଉଛନ୍ତି। ତେଣୁ ସେ ରାଜ୍ୟ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଅନୁରୋଧ କରିଛନ୍ତି।