Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଟାଇମ୍ ୧୦୦ ସମ୍ମିଳନୀରେ ନୀତା ଅମ୍ବାନୀ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଟାଇମ୍ ୧୦୦ ସମ୍ମିଳନୀରେ ନୀତା ଅମ୍ବାନୀ

ବର୍ତ୍ତମାନର ସମୟ ଭାରତର

ଭାରତର ‘ସଫ୍ଟ ପାୱାର’ ହିଁ ଭବିଷ୍ୟତରେ ବିଶ୍ୱ ସମସ୍ୟାର ସମାଧାନର ମାଧ୍ୟମ ସାଜିବ

ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ନୀତା ଅମ୍ବାନୀ ନ୍ୟୁୟର୍କରେ ଅନୁଷ୍ଠିତ ‘TIME 100’ ସମ୍ମିଳନୀରେ ଯୋଗ ଦେଇଛନ୍ତି। ଏହି ଅବସରରେ ସେ ନିଜ ଭାଷଣରେ କହିଛନ୍ତି, “ବର୍ତ୍ତମାନ ଭାରତର ସମୟ ଆସିଛି। ସାମ୍ପ୍ରତିକ ସମୟରେ ବିଶ୍ୱକୁ ‘ହାର୍ଡ ପାୱାର’ ଅପେକ୍ଷା ‘ସଫ୍ଟ ପାୱାର’ର ଅଧିକ ଆବଶ୍ୟକତା ଅଛି, ଯାହାର ନେତୃତ୍ୱ ଭାରତ ନେଉଛି। ଭାରତ ପାଖରେ କଳା, ସଂସ୍କୃତି, ଯୋଗ, ସଙ୍ଗୀତ ଏବଂ ଆଧ୍ୟାତ୍ମିକତାର ଅମୂଲ୍ୟ ସମ୍ପଦ ରହିଛି, ଯାହା ବିଶ୍ୱକୁ ଶାନ୍ତି ଏବଂ ଏକତା ପ୍ରଦାନ କରିପାରିବ’ ସେ ସ୍ପଷ୍ଟ କରିଥିଲେ।  ଭାରତ ଆଜି କେବଳ ଅର୍ଥନୈତିକ ଭାବେ ଶକ୍ତିଶାଳୀ ନୁହେଁ, ବରଂ ନିଜର ବିଭିନ୍ନତା, କଳା ଏବଂ ନବସୃଜନ ମାଧ୍ୟମରେ ବିଶ୍ୱକୁ ପ୍ରଭାବିତ କରୁଛି। ତାଙ୍କ ମତରେ, ଭାରତର ଏହି ‘ସଫ୍ଟ ପାୱାର’ ହିଁ ଆଗାମୀ ଦିନରେ ବିଶ୍ୱର ସମସ୍ୟା ସମାଧାନର ମାଧ୍ୟମ ହେବ। ସମ୍ମିଳନୀରେ ନୀତା ଅମ୍ବାନୀଙ୍କ ଅଭିଭାଷଣ ମୁଖ୍ୟତଃ ଭାରତର ସାଂସ୍କୃତିକ ପ୍ରଭାବ ଏବଂ ଭବିଷ୍ୟତର ନେତୃତ୍ୱ ଉପରେ ଆଧାରିତ ଥିଲା।

ନୀତା ଜୋର ଦେଇ କହିଛନ୍ତି, ଏହା ହେଉଛି ଭାରତର ଦଶକ। ବିଶ୍ୱର ସବୁଠାରୁ ବଡ଼ ଗଣତନ୍ତ୍ର ଭାବରେ ଭାରତ କେବଳ ଅର୍ଥନୈତିକ କ୍ଷେତ୍ରରେ ନୁହେଁ, ବରଂ ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ମଧ୍ୟ ଅଗ୍ରଗତି କରୁଛି। ରିଲାଏନ୍ସର “Growth is Life” ଦର୍ଶନକୁ ସେ ଭାରତର ବିକାଶ ସହ ଯୋଡ଼ିଛନ୍ତି। ନୀତା ନିଜ ଅଭିଭାଷଣରେ ରିଲାଣ୍ଟନ୍ସ ଫାଉଣ୍ଡେସନ ଜରିଆରେ କରାଯାଉଥିବା ଶିକ୍ଷା ଓ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ। ସେ କହିଥିଲେ ଯେ ଯେତେବେଳେ ଜଣେ ମହିଳା ସଶକ୍ତ ହୁଏ, ସେତେବେଳେ ସମ୍ପୂର୍ଣ୍ଣ ସମାଜର ପ୍ରଗତି ହୁଏ। ଏହି ଅବସରରେ ସେ ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲର ସ୍ଥାପନା ପଛରେ ଥିବା ନିଜର ଦୂରଦୃଷ୍ଟି ବିଷୟରେ ମଧ୍ୟ କହିଛନ୍ତି। ଗ୍ରାମାଞ୍ଚଳରେ ଶିକ୍ଷା ଓ ଝିଅମାନଙ୍କୁ କ୍ରୀଡ଼ା କ୍ଷେତ୍ରରେ ଆଗକୁ ଆଣିବା ପାଇଁ ରିଲାଏନ୍ସ ଫାଉଣ୍ଡେସନର ଭୂମିକା ବିଷୟରେ ମଧ୍ୟ ଆଲୋଚନା କରିଥିଲେ।

ନୀତା ଅମ୍ବାନୀ ଏହି ବିଶ୍ୱସ୍ତରୀୟ ମଞ୍ଚରେ ଭାରତୀୟ ହସ୍ତକଳାର ଶକ୍ତି ପ୍ରଦର୍ଶନ କରିଥିଲେ। ସେ ପଶ୍ଚିମବଙ୍ଗର ଫୁଲିଆର ପଦ୍ମଶ୍ରୀ ବିରେନ କୁମାର ବସାକଙ୍କ ଦ୍ୱାରା ବୁଣାଯାଇଥିବା ଏକ ସ୍ୱତନ୍ତ୍ର ‘ମୀନାକାରୀ ଜାମଦାନୀ’ ଶାଢ଼ୀ ପିନ୍ଧିଥିଲେ। ଏହି ଗୋଟିଏ ଶାଢ଼ୀ ପ୍ରସ୍ତୁତ କରିବାକୁ କାରିଗରମାନଙ୍କୁ ପ୍ରାୟ ୨ ବର୍ଷ (୨୪ ମାସ) ସମୟ ଲାଗିଥିଲା। ଏଥିରେ ଭାରତୀୟ ସଂସ୍କୃତିର ପ୍ରତୀକ  ମାଛ (ସମୃଦ୍ଧିର ପ୍ରତୀକ) ଏବଂ ବିଭିନ୍ନ ପାରମ୍ପରିକ ଚିତ୍ରକଳା ସ୍ଥାନ ପାଇଥିଲା।

TIME ମାଗାଜିନର ସିଇଓ ଜେସିକା ସିବ୍‌ଲିଙ୍କ ସହ ‘Leadership Lens’ ଆଲୋଚନାରେ ଯୋଗ ଦେଇ ଭବିଷ୍ୟତର ନେତୃତ୍ୱ କିପରି ହେବା ଉଚିତ, ସେସମ୍ପର୍କରେ ନୀତା ଅମ୍ବାନୀ ନିଜ ମତାମତ ରଖିଥିଲେ। ତାଙ୍କ ମତରେ ନେତୃତ୍ୱର ଅର୍ଥ କେବଳ ଆଦେଶ ଦେବା ନୁହେଁ, ବରଂ ସହାନୁଭୂତି ଓ ଦୟା ସହ ସମାଜରେ ପରିବର୍ତ୍ତନ ଆଣିବା ଭଳି ଗୁରୁଦାୟିତ୍ୱ ବହନ କରିବାର ସାମର୍ଥ୍ୟତାକୁ ମଧ୍ୟ ବୁଝାଇଥାଏ। ତେବେ ନୀତା ଅମ୍ବାନୀଙ୍କ ଏହି ସାକ୍ଷାତକାର କେବଳ ବ୍ୟବସାୟିକ ଦୃଷ୍ଟିକୋଣ ସମ୍ବନ୍ଧିତ ନଥିଲା, ବରଂ ଭାରତୀୟ ସଂସ୍କୃତି ଓ ମାନବିକତାକୁ ବିଶ୍ୱ ଦରବାରରେ ଏକ ନୂଆ ପରିଚୟ ଦେବାରେ ମଧ୍ୟ ବଡ଼ ଭୂମିକା ନିର୍ବାହ କରିଛି।