ଆଣ୍ଟିଲିଆରେ ରିହାନା

ଭାରତ ଆସିଥିବା ଅନ୍ତର୍ଜାତୀୟ ଆଇକନ୍ ରିହାନା ଏବଂ ତାଙ୍କ ଅତିଥିମାନେ ଅମ୍ବାନୀ ପରିବାରଙ୍କ ଘର ଆଣ୍ଟିଲିଆରେ ଆୟୋଜିତ ଏକ ଅନ୍ତରଙ୍ଗ ମଧ୍ୟାହ୍ନ ଭୋଜନରେ ସାମିଲ ହୋଇଛନ୍ତି। ଏହି ଅବସରରେ ଈଶା ଅମ୍ବାନୀ, ରାଧିକା ମର୍ଚେଣ୍ଟ୍‌, ଶ୍ଳୋକା ଅମ୍ବାନୀ ଏବଂ ଅନନ୍ତ ଅମ୍ବାନୀ ଭାରତୀୟ ପାରମ୍ପରିକ ନୃତ୍ୟ-ଗୀତ ମଧ୍ୟରେ ରିହାନାଙ୍କୁ ସ୍ୱାଗତ କରିଥିଲେ।

ଭାରତରେ ଫେଣ୍ଟି ବ୍ରାଣ୍ଡ୍‌ର ଲଞ୍ଚ୍ ପାଇଁ ରିଲାଏନ୍ସ ରିଟେଲ୍ ରିହାନାଙ୍କୁ ଭାରତ ଆଣିଛି। ଭାରତରେ ପପ୍‌ଷ୍ଟାର୍ ରିହାନାଙ୍କ ଏହି ବ୍ରାଣ୍ଡ୍‌ କେବଳ ରିଲାଏନ୍ସ ରିଟେଲ୍‌ର ବ୍ୟୁଟି ପ୍ଲାଟ୍‌ଫର୍ମ ତିରା ଓ ଗ୍ଲୋବାଲ୍ ରିଟେଲର୍ ସେଫୋରାରେ ଉପଲବ୍ଧ ହେବ।