Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତସ୍ତରୀୟ ସଚେତନତା ଶିବିର – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତସ୍ତରୀୟ ସଚେତନତା ଶିବିର

ଚନ୍ଦ୍ରପୁର/ବିଷମକଟକ,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ଅନ୍ତର୍ଗତ କୁଟ୍ରାଗଡ଼ରେ ପଞ୍ଚାୟତସ୍ତରୀୟ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମଳୟ କୁମାର ନାୟକଙ୍କ ତତ୍ତ୍ୱାବଧାନ ଓ ଚଞ୍ଚରାଗୁଡ଼ା ପିଇଓଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପଞ୍ଚାୟତ ଅଧ୍ୟକ୍ଷା ଯୋଶଦା ହୁଇକା, ମୁଖ୍ୟବକ୍ତା ଭାବେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦେବୀ ପ୍ରାସାଦ ପଟ୍ଟନାୟକ, ସମ୍ମାନୀତ ଅତିଥିଭାବେ ବିଷମକଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାଶିବ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପରେ ଅତିଥିମାନେ କୁଟ୍ରାଗଡ଼ ପଞ୍ଚାୟତର ଭିତ୍ତିଭୂମିର ବିକାଶ ପାଇଁ ପ୍ରକାଶିତ ପୁସ୍ତକକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ହାଟମୁନିଗୁଡ଼ା ସରପଞ୍ଚ ସୁଜାତା କାଡ୍ରାକା, କୁଟ୍ରାଗଡ଼ ସରପଞ୍ଚ ଇଲାମାଇ ପିଡ଼ିକାକା, ସମିତି ସଭ୍ୟ ମ୍ୟୋଷମି ପୁଜାରୀ, ବିଷମକଟକ ବିପିଏମ୍ ମାନସୀ ଟାକ୍ରି, ରାଜ୍ୟ ବିଜୁ ଯୁବ ଜନତା ଦଳ ସମ୍ପାଦକ ଜ୍ୟାତି ପ୍ରକାଶ ସାହୁ, ଯୁବନେତା ପୁରୁଷୋତ୍ତମ ଜେନା ଓ ପୂର୍ବତନ ସରପଞ୍ଚ ଡମ୍ବରୁଧର ପିଡ଼ିକାକା ପ୍ରମୁଖ ଆମ ଓଡ଼ିଶା ନବୀନ ଓଡ଼ିଶା ଉପରେ ମତପ୍ରକାଶ କରିଥିଲେ । ସରକାରଙ୍କ ସମସ୍ତ ଯୋଜନାକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସରକାରୀ କର୍ମଚାରୀ,ସେଚ୍ଛାସେବୀ ଅନୁଷ୍ଠାନ, ଲୋକ ପ୍ରତିନିଧି ଓ ସାଧାରଣ ବ୍ୟକ୍ତି ବିଶେଷ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ପରେ ପଞ୍ଚାୟତର ଅନେକ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରିଥିଲେ । କୁଟ୍ରାଗଡ଼ ଗ୍ରାମପଞ୍ଚାୟତର ମହିଳାଙ୍କ ଦ୍ୱାରା ବିଭିନ୍ନ ସାମଗ୍ରୀକୁ ନେଇ ୬ଟି ଷ୍ଟଲ୍ ମିଶନ ଶକ୍ତି ଆନୁକୂଲ୍ୟରେ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ସମସ୍ତ କଳାକାର ତଥା ସ୍ଥାନୀୟ ଅଂଚଳର ସାମ୍ବାଦିକ ସନାତନ ନାୟକ, ଧନୁ କୁସୁଲିଆ ଓ ଡମ୍ବରୁ କରକରିଆଙ୍କୁ ମାନପତ୍ର ଓ ଟ୍ରଫି ଦେଇ ସମ୍ମାନିତ କରାଯାଇଥିଲା । ଶେଷରେ ପିଇଓ ଶ୍ରୀ ନାୟକ ଧନ୍ୟବାଦ ଦେଇଥିଲେ ।