Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ମୁନିଗୁଡ଼ାରେ ବ୍ଲକସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ମୁନିଗୁଡ଼ାରେ ବ୍ଲକସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା କ୍ଲଷ୍ଟର୍ ହାଉସ୍ ପରିସରରେ ଓଡ଼ିଶା ଜୀବିକା ମିଶନ, ମୁନିଗୁଡ଼ା ବ୍ଲକ ଦ୍ୱାରା ଆୟୋଜିତ ଓ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ତଥା ଜିଲ୍ଲା ପ୍ରଶାସନ ପ୍ରାୟୋଜିତ ବ୍ଲକସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ଜୀବିକା ମିଶନ ବ୍ଲକ ସଂଯୋଜକ କ୍ଷିରୋଦ କୁମାର ଭୂୟାଁଙ୍କ ସଭାପତିତ୍ୱ ଓ ଗ୍ରାମ ରୋଜଗାର ସେବକ ଅଜିତ ନାଗଙ୍କ ସଂଯୋଜନାରେ ମୁଖ୍ୟଅତିଥି ଭାବେ ବିଡିଓ ପ୍ରିତମ କୁମାର ତନ୍ତୀ, ମୁଖ୍ୟବକ୍ତା ଜିଲ୍ଲା ଦକ୍ଷତା ଭିତ୍ତିକ କର୍ମ ନିୟୋଜନ ଅଧିକାରୀ ତତ୍ୱମେଶି ମହାପାତ୍ର, ସମ୍ମାନିତ ଅତିଥିଭାବେ ଘମଟଗୁଡ଼ା ସରପଞ୍ଚ ଅନନ୍ତ ନୁଣ୍ଡ୍ରୁକା ଓ ୟଙ୍ଗ ପ୍ରଫେସନାଲ ଅଧିକାରୀ ଶିବମ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସିଟିଟିସି ୟୁଜିଏମ ଆଇଟି, ଗ୍ରାମତରଙ୍ଗ, ସିପେଟ, ସରକାରୀ ଆଇଟିଆଇ ରାୟଗଡ଼ା ଓ ବିଷମକଟକ ଭଳି ଅନେକ ତାଲିମ୍ ଦାତା ସଂସ୍ଥା ଯୋଗଦେଇ ଉପସ୍ଥିତ ୧୮ରୁ ୩୫ବର୍ଷ ଯୁବକ ଯୁବତୀଙ୍କୁ ନିଜ ନିଜ ସଂସ୍ଥାରେ ଦକ୍ଷତା ଭିତ୍ତିକ ତାଲିମ ଦେଇ ରୋଜଗାରକ୍ଷମ କରାଇବାକୁ ପରାମର୍ଶ ଦେଇଥିଲେ । ସେମାନଙ୍କୁ ମାଗଣାରେ ତାଲିମ, ରହିବା ଓ ଖାଇବା ସହିତ ଷ୍ଟାଇପେଣ୍ଡ ଦେବାର ବ୍ୟବସ୍ଥା ଥିବା କହିବା ସହ ନିଯୁକ୍ତି ଓ ଆତ୍ମନିଯୁକ୍ତି ବିଷୟରେ ଲୋଭନୀୟ ପ୍ରସ୍ତାବ ରଖିଥିଲେ । ଦକ୍ଷତା ଭିତ୍ତିକ ନିଯୁକ୍ତି ଆଶାୟୀ ଯୁବକ ଯୁବତୀମାନେ ସଂସ୍ଥାଙ୍କ ପାଖକୁ ଯାଇ ସେମାନଙ୍କ ନାମ ରେଜିଷ୍ଟ୍ରି କରିବା ସହିତ ସେସବୁ ସଂସ୍ଥାରୁ ପାଇବାକୁ ଥିବା ସୁବିଧାକୁ ପଚାରି ବୁଝିଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ମୁନିଗୁଡ଼ା ବ୍ଲକ୍‌ର ୧୭ଟି ପଞ୍ଚାୟତର ବେକାର ଯୁବକ ଯୁବତୀମାନେ ଏହି ଶିବିରରେ ପହଞ୍ଚି ଦକ୍ଷତା ଭିତ୍ତିକ ସଂସ୍ଥାଠାରୁ ବିଭିନ୍ନ ତାଲିମ ବିଷୟରେ ପଚାରି ବୁଝିଥିଲେ । ପରେ ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ଶ୍ରୀ ମହାପାତ୍ର ଶିବିରାର୍ôଥଙ୍କୁ ଦକ୍ଷତା ଭିତ୍ତିକ ନିଯୁକ୍ତି, ଆତ୍ମ ନିଯୁକ୍ତି ଓ ଆତ୍ମନିର୍ଭରଶୀଳ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଯୁବକ ଓ ଯୁବତୀମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଅନୁଷ୍ଠାନରେ ତାଲିମ ଗ୍ରହଣ କରି ନିଯୁକ୍ତି ହାସଲ କରିବାକୁ ବିଡିଓ ଶ୍ରୀ ତନ୍ତୀ ଆହ୍ୱାନ ଦେବାସହ ମୁନିଗୁଡ଼ାରେ ଏକ ଦକ୍ଷତା ତାଲିମ କେନ୍ଦ୍ର ଖୋଲିବାକୁ ଜିଲ୍ଲା ଅଧିକାରୀଙ୍କୁ ଅନୁରୋଧ କରିଥିଲେ । ୧୫୫ଜଣ ବେକାର ଯୁବକ ଯୁବତୀ ଦକ୍ଷତା ତାଲିମ ପାଇଁ ପଞ୍ଜିକରଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବ୍ଲକର ସମସ୍ତ ଓଏଲ୍‌ଏମ କର୍ମଚାରୀ, ଏମ୍ବୀକେ, ସିଆରସି ଓ ଜିଆରଏସମାନେ ସହଯୋଗ କରିଥିଲେ । ଶେଷରେ ବିପିଏମ ଶ୍ରୀ ଭୂୟାଁ ସଭିଙ୍କୁ ଧନ୍ୟବାଦ ଜଣାଇଥିଲେ ।