Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ନୂତନ ତହସିଲଦାରଙ୍କୁ ସ୍ୱାଗତ ଜଣାଇଲେ ମୁନିଗୁଡ଼ା ବିକାଶ ପରିଷଦ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ନୂତନ ତହସିଲଦାରଙ୍କୁ ସ୍ୱାଗତ ଜଣାଇଲେ ମୁନିଗୁଡ଼ା ବିକାଶ ପରିଷଦ

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ମୁନିଗୁଡ଼ା ତହସିଲରେ ନୂତନ ଭାବେ ଯୋଗ ଦେଇଥିବା ତହସିଲଦାର ଏମ ଅନୁରାଧାନଙ୍କୁ ତାଙ୍କ କାର୍ଯ୍ୟାଳୟରେ ମୁନିଗୁଡ଼ା ବିକାଶ ପରିଷଦ ତରଫରୁ ପୁଷ୍ପଗୁଚ୍ଛ ଓ ଅଙ୍ଗବସ୍ତ୍ର ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ମିଳିଥିବା ରିପୋର୍ଟ ମୁତାବକ, ପୂର୍ବତନ ତହସିଲଦାର ସୁଶ୍ରୀ ଅନାମିକା ପାଣ୍ଡେଙ୍କ ବଦଳି ହୋଇଯିବା ପରେ ମୁନିଗୁଡ଼ା ତହସିଲରେ ସୁଶ୍ରୀ ଏମ ଅନୁରାଧା ତହସିଲଦାର ରୂପେ ଯୋଗ ଦେଇଛନ୍ତି । ଏହି ଅବସରରେ ମୁନିଗୁଡ଼ାର ବିଭିନ୍ନ ସାମାଜିକ, ବ୍ୟବସାୟିକ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ମାଡାମଙ୍କୁ ସ୍ୱାଗତ ଜଣାଯାଉଛି । ଏହିକ୍ରମେ ଆଜି ମୁନିଗୁଡ଼ା ବିକାଶ ପରିଷଦ ସଭାପତି ଘନଶ୍ୟାମ ମାର୍ଥାଙ୍କ ନେତୃତ୍ୱରେ ଉପସଭାପତି ଭୀମ ବେହେରା, ସୁବାସ ଗୌଡ଼, ସମ୍ପାଦକ ମାନସ କୁମାର ବେହେରା, ପଦ୍ମ ବେହେରା, କୁନା ଗୌଡ଼, ଜି.କୁମାର ରାଜୁ, ଚିତ୍ତରଞ୍ଜନ ମାଳେନୀ, ପି. ରାମବାବୁ ଓ ଭୋଳାନାଥ ଦୁବେ ପ୍ରମୁଖ ସଦସ୍ୟ ନୂତନ ତହସିଲଦାର ଏମ୍ ଅନୁରାଧାଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ମୁନିଗୁଡ଼ାବାସୀଙ୍କ ତରଫରୁ ସ୍ୱାଗତ କରିଥିଲେ । ଏହାସହ ମୁନିଗୁଡ଼ାର ସମସ୍ତ ସମସ୍ୟାର ସମାଧାନ କିପରି ହୋଇପାରିବ ସେନେଇ ମାଡାମଙ୍କ ସହ ଆଲୋଚନା କରିଥିଲେ । ତହସିଲଦାର ମାଡାମ ବିକାଶ ପରିଷଦ ସଦସ୍ୟଙ୍କ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ସଭିଙ୍କୁ ଧନ୍ୟବାଦ ଜଣାଇବା ସହ ମୁନିଗୁଡ଼ାର ବିକାଶରେ ତାଙ୍କ ସମସ୍ତ ସମୟ,ଶକ୍ତି ଓ ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାସହ ସମସ୍ତଙ୍କ ସହଯୋଗରେ ମୁନିଗୁଡ଼ା ପ୍ରଗତିକୁ ଗତିଶୀଳ କରିବା ନେଇ ପ୍ରତିଶ୍ରୁତି ଦୋହରାଇଥିଲେ ।