Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଜିଲ୍ଲାସ୍ତରୀୟ ୬ଷ୍ଠ ରାଷ୍ଟ୍ରୀୟ ପୋଷଣ ମାସ ଉଦଯାପିତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଜିଲ୍ଲାସ୍ତରୀୟ ୬ଷ୍ଠ ରାଷ୍ଟ୍ରୀୟ ପୋଷଣ ମାସ ଉଦଯାପିତ

ନବରଙ୍ଗପୁର,ଏନ୍‌ଏନ୍‌ଏସ: ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଚଳିତ ମାସ ୧ ତାରିଖରୁ ଜିଲ୍ଲାରେ ପାଳନ କରାଯାଉଥିବା ୬ଷ୍ଠ ରାଷ୍ଟ୍ରୀୟ ପୋଷଣ ମାସ -୨୦୨୩ ଉଦଯାପିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ତରଫରୁ ସ୍ଥାନୀୟ ମିଶନ ଶକ୍ତି ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ନାୟକଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ବୈଠକ ପ୍ରରମ୍ଭରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶିବାନୀ ଗୁହା ଜିଲ୍ଲାରେ ଅତି ଉତ୍ତମ ଭାବରେ ୬ଷ୍ଠ ରାଷ୍ଟ୍ରୀୟ ପୋଷଣ ମାହା ହୋଇଥିବାରୁ ଜିଲ୍ଲାର ସମସ୍ତ ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ପରେ ଜିଲ୍ଲା ପୃଷ୍ଟି ସଂଯୋଜକ ସୁକାନ୍ତ ପାତ୍ର ଓ ପୋଷଣ ସଂଯୋଜକ ହେମରାଜ ଦଣ୍ଡସେନା ୬ଷ୍ଠ ରାଷ୍ଟ୍ରୀୟ ପୋଷଣ ପାଳନ ଅବସରରେ ଜିଲ୍ଲା, ବ୍ଲକ ଓ ଅଙ୍ଗନବାଡିସ୍ତରରେ ମାସେ ବ୍ୟାପି ହୋଇଥିବା କାର୍ଯ୍ୟକ୍ରମର ବିଷଦ ବିବରଣୀ ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନାୟକ ସମାଜରୁ କୁପୋଷଣକୁ ସମ୍ପୂର୍ଣ୍ଣ ରୂପେ ଦୂରେଇବାକୁ ହେଲେ ବିଶେଷ କରି ମା’ ଓ ଶିଶୁଙ୍କର ପୋଷଣ ନିମନ୍ତେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ମହାମାରୀ କୋଭିଡ ସମୟରେ ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀଙ୍କ ତ୍ୟାଗପୂତ ସେବାକୁ ସ୍ମରଣ କରାଇବା ସହିତ ସେମାନଙ୍କୁ ପ୍ରସଂଶା କରି କୁପୋଷଣକୁ ଦୂରେଇବା ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଭାବରେ ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡା. ମଳୟ ତ୍ରିପାଠୀ ଯୋଗଦେଇ ବର୍ତ୍ତମାନ ସମୟରେ ବଜାରରେ ମିଳୁଥିବା ପାଷ୍ଟଫୁଡ ପ୍ରତି ପିଲାଙ୍କ ଆଗ୍ରହକୁ କମାଇ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା କ୍ଷୁଦ୍ର ଶସ୍ୟ ଯଥା ମାଣ୍ଡିଆ, ସୁଆଁ, ବାଜରା ଓ ମକାରେ ପ୍ରସ୍ତୁତ ସୁଷମ ଖାଦ୍ୟ ପିଲାଙ୍କୁ ଦେବା ପାଇଁ ବୁଝାଇଥିଲେ । ସେହିପରି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ୍ତ କୁମାର ନାଗ ସମସ୍ତ କିଶୋର କିଶୋରୀମାନେ ପୋଷଣଭିତ୍ତିକ ଶିକ୍ଷା ସହିତ ଜୀବନ କୌଶଳ ଶିକ୍ଷା ଅର୍ଜନ ପାଇଁ ପରାମର୍ଶ ଦେଇଥିଲେ । ଆକ୍ସନଏଡର ଜିଲ୍ଲା ପରାମର୍ଶଦାତା ଫକିର ଚରଣ ରାଉତ ଜିଲ୍ଲାରେ କିଶୋରୀ ବାଳିକାଙ୍କ ସ୍ୱାସ୍ଥ୍ୟର ଉନ୍ନତି ଦିଗରେ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ଖାଦ୍ୟ ସନ୍ତୁଳିତ ଆହାରର ଗୁରୁତ୍ୱ ଏବଂ ଜିଲ୍ଲାରେ ବାଲ୍ୟ ବିବାହ ଯୋଗୁ କମ ବୟସରେ ମାତୃତ୍ୱ ଲାଭ କରି କୁପୋଷିତ ମା’ ଓ ଶିଶୁଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ରୋକିବା ପାଇଁ ଜିଲ୍ଲାର ସମସ୍ତ ବିଭାଗ ଗୁଡ଼ିକ ସମିଳିତ ଭାବରେ କିପରି କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ସମାଜ କଲ୍ୟାଣ ବିଭାଗର ସୁପରଭାଇଜର ତଥା ସମସ୍ତ ବ୍ଲକ ପୋଷଣ ସଂଯୋଜକମାନେ ଆଲୋଚନାରେ ଅଂଶଗ୍ରହଣ କରି ଜିଲ୍ଲାରେ କୁପୋଷଣକୁ କିପରି ସଂପୂର୍ଣ୍ଣ ମୁକ୍ତ କରାଯିବ ସେଦିଗରେ ନିଜର ମତାମତ ପ୍ରଦାନ କରିଥିଲେ । ଜିଲ୍ଲାରେ ପୋଷଣ ମାସ ଅବସରରେ ଉତ୍ତମ କାର୍ଯ୍ୟ ପ୍ରଦର୍ଶନୀ କରିଥିବା ମହିଳା ସୁପରଭାଇଜର, ବ୍ଲକ ପୋଷଣ ସଂଯୋଜକ ଓ ଅଙ୍ଗନବାଡି କର୍ମୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ମାନପତ୍ର ସହିତ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଶେଷରେ ନନ୍ଦହାଣ୍ଡି ସିଡିପିଓ ସସ୍ମିତା ମହାନ୍ତି ଧନ୍ୟବାଦ ଦେଇଥିଲେ ।