ଭିଜିଲାନ୍ସ ପଞ୍ଝାରେ ସୁପରଭାଇଜର

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟର କୋଡ଼ିଙ୍ଗା ସେକ୍ଟର ସୁପରଭାଇଜର ରାଜେଶ୍ୱରୀ ରାଜ କୁମାରୀ ନାଗ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି । ନବରଙ୍ଗପୁର ଭିଜିଲାନ୍ସ ଟିମ୍ ରଙ୍ଗ ବୋଳା ଟଙ୍କା ସହ ରାଜେଶ୍ୱରୀଙ୍କୁ ଧରିଛନ୍ତି । ମିଳିଥିବା ରିପୋର୍ଟ ମୁତାବକ, ରାଜେଶ୍ୱରୀ ୫,୪୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ରାଜେଶ୍ୱରୀ ବନ୍ଧିଗଡ଼ାର ଅଙ୍ଗନବାଡି କର୍ମୀ ଶୁଭସୀତା ପାତ୍ରଙ୍କଠାରୁ ଖେଳଣା ବିଲ ବାବଦରେ ୫,୪୦୦ ଟଙ୍କା ଲାଞ୍ଚ ନେଉଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନବରଙ୍ଗପୁର ଭିଜିଲାନ୍ସ ଡିଏସପି ଜୟଶ୍ରୀ ପ୍ରଧାନଙ୍କ ସମେତ ଅଭୟ କୁମାର ପ୍ରଧାନ, ଜୟପୁର ସଳିତା ତ୍ରିପାଠୀ ଓ ସୂର୍ଯ୍ୟ କାନ୍ଥ ଟାକରି ଭାଗ ନେଇଥିଲେ । ଏନେଇ କୋରାପୁଟ ଭିଜିଲାନ୍ସ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଥିବା ନେଇ ସୂଚନା ମିଳିଛି । ୨ଟି ସ୍ଥାନରେ ତଦନ୍ତ ଜାରି ରହିଛି ।