Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ସନ୍ଦେହରେ ରାଜସ୍ୱ ବିଭାଗର ଠିକା ସଂସ୍ଥା ପ୍ରତି ଅହେତୁକ ଅନୁକମ୍ପା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ସନ୍ଦେହରେ ରାଜସ୍ୱ ବିଭାଗର ଠିକା ସଂସ୍ଥା ପ୍ରତି ଅହେତୁକ ଅନୁକମ୍ପା

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଜିଲ୍ଲା ରାଜସ୍ୱ ବିଭାଗର ଠିକା ସଂସ୍ଥା ପ୍ରତି ଅହେତୁକ ଅନୁକମ୍ପା ସନ୍ଦେହ ସୃଷ୍ଟି କରୁଛି । ଅଳ୍ପ ରାଜସ୍ୱ ଆଦାୟ କରି ରାଜସ୍ୱ ବିଭାଗ ଚୁପ ରହିବା ଫଳରେ ଠିକା ସଂସ୍ଥା ଓ ପଥର ମାଫିଆ ମାଲେମାଲ ହେଉଛନ୍ତି । ଏଭଳି ଚଞ୍ଚକତା ନବରଙ୍ଗପୁର ଜିଲ୍ଲା ଝରିଗାଁ ତହସିଲ ଅନ୍ତର୍ଗତ ବକଡ଼ାବେଡ଼ା ରାଜସ୍ୱ ଅଧୀନରେ ଥିବା ଜାମ୍ୱଗୁଡ଼ାରେ ଦେଖିବାକୁ ମିଳିଛି । ଜାମ୍ବଗୁଡ଼ାରେ ଖୋଳାଯାଉଥିବା ପଥର ଖାଦାନଟି ଝରିଗାଁର ସୁବାସ ପଟ୍ଟନାୟକଙ୍କ ନାମରେ ଲିଜ ହୋଇଛି । ସେ ଆର୍ôଥକ ବର୍ଷ ୨୦୨୧-୨୨ ରେ ୧,୮୭,୬୮୭/- ଟଙ୍କା ଓ ୨୨-୨୩ ରେ ୭,୧୦,୪୬୩/- ଟଙ୍କା ଓ ୨୩-୨୪ ରେ ୭,୧୦,୪୬୩/- ଟଙ୍କା ଦେବାକଥା । କିନ୍ତୁ ଶ୍ରୀ ପଟ୍ଟନାୟକ ସରକାରଙ୍କୁ ଆର୍ôଥକ ବର୍ଷ ୨୩-୨୪ ପାଇଁ ୭,୧୦,୪୬୩/- ଟଙ୍କା ଦେଇନାହାନ୍ତି ବୋଲି ଝରିଗାଁ ତହସିଲଦାର ମଧୁସୁଦନ ମାଝୀ କହିଛନ୍ତି । ଶ୍ରୀ ପଟ୍ଟନାୟକ ୩ଟି କିସ୍ତିରେ ୧୬/୦୩/୨୨ରେ ୨,୫୦,୦୦୦/- ଟଙ୍କା, ୧୬/୦୪/୨୨ରେ ୨,୬୭,୪୭୦/- ଟଙ୍କା ଏବଂ ୦୧/୦୮/୨୩ରେ ୩,୮୫,୬୮୦/- ଟଙ୍କା ଝରିଗାଁ ତହସିଲରେ ପୈଠ କରିଛନ୍ତି । ଫଳରେ ତାଙ୍କୁ ଏବେ ପର୍ଯ୍ୟନ୍ତ ପଥର ଉତ୍ତୋଳନ ପାଇଁ ସରକାରୀ ସ୍ତରରେ କୌଣସି ନିର୍ଦ୍ଦେଶନାମା ଜାରି କରାଯାଇ ନାହିଁ । ସମସ୍ତ କିସ୍ତି ଟଙ୍କା ଅଗ୍ରୀମ ଆକାରରେ ପୈଠ ହେବା କଥା ବୋଲି ଝରିଗାଁ ତହସିଲଦାର ମଧୁସୂଦନ ମାଝୀ କହିବା ସହ ଯଦି ପଥର ଉତ୍ତୋଳନ ହେଉଥିବ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ମାଝୀ କହିଛନ୍ତି । ଏପଟେ ଲିଜ ଖିଲାପ ହୋଇଥିବାବେଳେ ଠିକା ସଂସ୍ଥା ଦିନ ଦ୍ୱିପ୍ରହରେ କୋଟି କୋଟି ଟଙ୍କାର ପଥର ଲୁଟ କରିବାରେ ଦିନ ରାତି ଲାଗି ପଡ଼ିଛି । ଅଧିକ ଜାଣିବା ପାଇଁ ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ତଦନ୍ତ କଲା ପରେ କହିବି ବୋଲି କହିଥିଲେ ।