ଆସନ୍ତା ୨୩ ତାରିଖରେ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ସମିତିର ବୈଠକ

ନୂଆଦିଲ୍ଲୀ: ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ସମିତିକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । କମିଟିର ପ୍ରଥମ ବୈଠକ ସେପ୍ଟେମ୍ବର ୨୩ ତାରିଖରେ ହେବ ବୋଲି ଚେୟାରମ୍ୟାନ୍ ଏବଂ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୂଚନା ଦେଇଛନ୍ତି ।

ନିକଟରେ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ କରାଇବାକୁ ନେଇ ଚର୍ଚ୍ଚା ଜାରି ରହିଛି । ଏଥିପାଇଁ କେନ୍ଦ୍ର ସରକାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି । କମିଟି ଅଧ୍ୟକ୍ଷଙ୍କ ବ୍ୟତୀତ ୭ଜଣ ଅନ୍ୟ ସଦସ୍ୟ ଅମିତ ଶାହ, ଅଧୀର ରଞ୍ଜନ ଚୌଧୁରୀ, ଗୁଲମ ନବୀ ଆଜାଦ, ଏନକେ ସିଂହ, ସୁଭାଷ କଶ୍ୟପ, ହରିଶ ସାଲଭେ ଓ ସଞ୍ଜୟ କୋଠାରୀ ସାମିଲ ରହିଛନ୍ତି ।