Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ନବରଙ୍ଗପୁର ମହାବିଦ୍ୟାଳୟରେ ଯୁବ ରେଡକ୍ରସର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ନବରଙ୍ଗପୁର ମହାବିଦ୍ୟାଳୟରେ ଯୁବ ରେଡକ୍ରସର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ରେଡକ୍ରସ ଓଡ଼ିଶା ରାଜ୍ୟ ଶାଖା, ଭୁବନେଶ୍ୱରଙ୍କ ନିର୍ଦ୍ଦେଶକ୍ରମେ ନବରଙ୍ଗପୁର ମହାବିଦ୍ୟାଳୟରେ ଯୁବ ରେଡକ୍ରସର ଜିଲ୍ଲାସ୍ତରୀୟ ସମାବେଶ ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ୪୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ୧୩ଟି ସ୍ନାତକ ମହାବିଦ୍ୟାଳୟରୁ ପ୍ରାୟ ୭୦ ଜଣ ଅଧ୍ୟକ୍ଷ ଓ କାଉନସିଲର ଯୋଗ ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ ରେଡକ୍ରସର ଆଜୀବନ ସଦସ୍ୟ ଜଗନ୍ନାଥ ମହାପାତ୍ର ଓ ଅଧ୍ୟକ୍ଷ ଡା. ଭାସ୍କର ନାଥ ବିଶ୍ୱାଳ ସମଗ୍ର ଜିଲ୍ଲା ପାଇଁ “ମୋ ବର ଗଛ’ ପ୍ରକଳ୍ପର ଉଦଘାଟନ କରିବା ସହିତ ସାଙ୍କେତିକ ଭାବେ ୨ଟି ବର ଗଛ ଲଗାଇଥିଲେ । ପର୍ଯ୍ୟାୟକ୍ରମେ ଓଡ଼ିଶା ତଥା ଭାରତରେ ପ୍ରକଳ୍ପର ପ୍ରସାର ସହ ଜିଲ୍ଲା ରେଡକ୍ରସର କାର୍ଯ୍ୟକୁ ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ କାର୍ଯ୍ୟ କରାଯାଉଛି ବୋଲି ଅଧ୍ୟକ୍ଷ ପ୍ରକାଶ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ ମୁଖ୍ୟଅତିଥି ରୂପେ ଯୋଗ ଦେଇଥିବାବେଳେ ଜିଲ୍ଲା ଆପାତକାଳୀନ ଅଧିକାରୀ ପି.ମନସ୍ମିତା, ବିଶିଷ୍ଟ ସମାଜସେବୀ ଜଗନ୍ନାଥ ମହାପାତ୍ର ସମ୍ମାନିତ ଅତିଥିଭାବେ ସାମିଲ ହୋଇଥିଲେ । ମହାବିଦ୍ୟାଳୟ ଅଧ୍ୟକ୍ଷ ତଥା ଯୁବ ରେଡକ୍ରସ ଅଧ୍ୟକ୍ଷ ଡା. ଭାସ୍କର ନାଥ ବିଶ୍ୱାଳ ସମସ୍ତଙ୍କୁ ସ୍ୱାଗତ କରିବା ସହ ଆଗାମୀ ଦିନରେ ରେଡକ୍ରସକୁ ଏକ ଅଭିଯାନରେ ପରିଣତ କରିବା ପାଇଁ ଆହ୍ୱାନ ଦେଇଥିଲେ । ମୁଖ୍ୟଅତିଥି ଶ୍ରୀ ନାୟକ ବିଶେଷ ପରିସ୍ଥିତିରେ ରେଡକ୍ରସ ହିଁ ଏକ ପ୍ରମୁଖ ବିକଳ୍ପ ବୋଲି ପ୍ରକାଶ କରିଥିଲେ । ରେଡକ୍ରସର ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ରେଡକ୍ରସର ଦ୍ୱାର ସର୍ବଦା ଖୋଲା ରହିବ ବୋଲି ଅଧିକାରୀ ମନସ୍ମିତା ପ୍ରତିଶ୍ରୁତି ଦେଇଥିଲେ । ଯୁବ ରେଡକ୍ରସ୍ ଜିଲ୍ଲା ସମ୍ପାଦକ ଅଧ୍ୟାପକ ଦିଲ୍ଲୀପ ହୋତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ସଂଯୋଜକ ଅଧ୍ୟାପକ ଅଖିଳ କୁମାର ଭଟ୍ଟ ସମଗ୍ର କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଅଧ୍ୟାପକ ଶମ୍ଭୁ ପ୍ରାସାଦ ହୋତ୍ତା ଓ କୁମାରୀ ରଜନୀ ମିଞ୍ଜ ବିଭିନ୍ନ ବିଭାଗକୁ ସଂଯୋଜନା କରିଥିଲେ । ଯୁବ କାଉନସିଲର ଅଶ୍ୱିନୀ କୁମାର ବେହେରା ଓ ନିର୍ମଳା ହିକ୍କା ଯୁବ ରେଡକ୍ରସର ବାର୍ଷିକ ରିପୋର୍ଟ ଉପସ୍ଥାପନ କରିଥିଲେ । ଜିଲ୍ଲା ଡାକ୍ତରଖାନା ଦିଶା ତରଫରୁ ଚନ୍ଦ୍ର ଶେଖର ପଟ୍ଟନାୟକ ଏଚଆଇଭି ଉପରେ କହିବା ସହ ରେଡ ରିବନ୍ କ୍ଲବ ସବୁ ଅନୁଷ୍ଠାନରେ ଖୋଲିବା ପାଇଁ ଆହ୍ୱାନ ଦେଇଥିଲେ । ରେଡକ୍ରସର କ୍ରମ ବିକାଶ ଓ ବର୍ତ୍ତମାନର ଆବଶ୍ୟକତାକୁ ଏକ ବୃତ୍ତ ଚିତ୍ର ମାଧ୍ୟମରେ ଜିଲ୍ଲା ସଂଯୋଜକ ଉପସ୍ଥାପନ କରିଥିଲେ । ଅଶୋକ ପାତ୍ର ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ପ୍ରଶାନ୍ତ ମିଶ୍ର, ରାଜନ ତ୍ରିପାଠୀ, ଗୋପି ଗୌଡ଼, ଗୁପ୍ତ ,ସାଇ, ସୀତାରାମ, ମହେନ୍ଦ୍ର, ବନମାଳୀ, ବାସନ୍ତୀ ଓ ମୁରଲୀ ପ୍ରମୁଖ ସହଯୋଗ କରିଥିଲେ । ସର୍ବୋପରି ପ୍ରାୟ ୧୦୦ ସଭ୍ୟସଭ୍ୟାଙ୍କୁ ନେଇ ଅନୁଷ୍ଠିତ ଉତ୍ସବରେ ଅନେକଗୁଡ଼ିଏ ପ୍ରସ୍ତାବକୁ ବିଚାରକୁ ନିଆଯାଇଥିଲା । ସ୍ନାତକ ମହିଳା ମହାବିଦ୍ୟାଳୟ ଅଧ୍ୟାପିକା ଡା. ସଂଯୁକ୍ତା ପଣ୍ଡା ସମସ୍ତଙ୍କ ଉପସ୍ଥିତି ତଥା ଗଠନମୂଳକ ମତାମତ ପାଇଁ ଧନ୍ୟବାଦ ଦେଇଥିଲେ ।