ଦିନେ ପାଇଁ ଘୁଞ୍ଚିଲା ବାଚସ୍ପତି ନିର୍ବାଚନ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବିଧାନସଭା ବାଚସ୍ପତି ନିର୍ବାଚନ ଦିନଟିଏ ଘୁଞ୍ଚିଲା । ୨୧ ପରିବର୍ତ୍ତେ ୨୨ ତାରିଖରେ ବାଚସ୍ପତି ନିର୍ବାଚନ ହେବ । ୨୧ ତାରିଖରେ ନାମାଙ୍କନ ପତ୍ର ଦାଖଲ ହେବ । ୨୨ ତାରିଖ ସକାଳ ୯ଟା ୩୦ରେ ନିର୍ବାଚନ ହେବ । ନୂଆଖାଇ ପାଇଁ ବାଚସ୍ପତି ନିର୍ବାଚନ ଘୁଞ୍ଚିଥିବା ଜଣାପଡ଼ିଛିଛି । ବାଚସ୍ପତି ନିର୍ବାଚନ ବର୍ଜନ କରିବାକୁ କଂଗ୍ରେସ ଓ ବିଜେପି ଘୋଷଣା କରିଥିଲେ ।