Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଗ୍ରେଡ଼ ପେ’ ବୃଦ୍ଧି ଦାବୀରେ ଏସଏସବି ଅଧ୍ୟାପକଙ୍କ କଳାବ୍ୟାଚ ପରିଧାନ ଓ ଶାନ୍ତିପୂର୍ଣ୍ଣ ପ୍ରତିବାଦ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଗ୍ରେଡ଼ ପେ’ ବୃଦ୍ଧି ଦାବୀରେ ଏସଏସବି ଅଧ୍ୟାପକଙ୍କ କଳାବ୍ୟାଚ ପରିଧାନ ଓ ଶାନ୍ତିପୂର୍ଣ୍ଣ ପ୍ରତିବାଦ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ରାଜ୍ୟ ଷ୍ଟେଟ୍ ସିଲେକ୍ସନ ବୋର୍ଡ ଦ୍ୱାରା ନିଯୁକ୍ତ ହୋଇଥିବା ଏସଏସବି ଅଧ୍ୟାପକ ଓ ଅଧ୍ୟାପିକାମାନେ ଗ୍ରେଡ଼ ପେ’ ବୃଦ୍ଧି ଦାବୀରେ ନିଜର ଆନୁଷ୍ଠାନିକ କାର୍ଯ୍ୟ ସମ୍ପାଦନ କରି ଗତ ଗୁରୁ ଦିବସରୁ କଳା ବ୍ୟାଚ୍ ପରିଧାନ ପୂର୍ବକ ପ୍ରତୀକାତ୍ମକ ପ୍ରତିବାଦ କରି ଆସୁଛନ୍ତି । ଓଡ଼ିଶା ଷ୍ଟେଟ୍ ସିଲେକ୍ସନ ବୋର୍ଡ ଅଧ୍ୟାପକ ସଂଘର ମିଳିତ ନିଷ୍ପତ୍ତି ଅନୁସାରେ ନବରଙ୍ଗପୁର ମହାବିଦ୍ୟାଳୟ ଓ ପେଣ୍ଡ୍ରାଣୀ ମହାବିଦ୍ୟାଳୟର ଏସଏସବି ଅଧ୍ୟାପକ-ଅଧ୍ୟାପିକାମାନେ ମହାତ୍ମା ଗାନ୍ଧୀଙ୍କ ତୈଳଚିତ୍ର ସମ୍ମୁଖରେ ନିରବତା ଅବଲମ୍ବନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରି ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ କରି ଆସୁଛନ୍ତି । ମିଳିଥିବା ରିପୋର୍ଟ ମୁତାବକ, ଗତ ୨୦୧୬ରୁ ୨୦୨୨ ମସିହା ମଧ୍ୟରେ ରାଜ୍ୟ ସିଲେକ୍ସନ୍ ବୋର୍ଡ ଦ୍ୱାରା ରାଜ୍ୟରେ ଥିବା ବିଭିନ୍ନ ବେସରକାରୀ ଅନୁଦାନପ୍ରାପ୍ତ କଲେଜରେ ଖାଲିଥିବା ଅଧ୍ୟାପକ ପଦ ପୂରଣ କରାଯାଇ ପ୍ରାୟ ୩ ହଜାରରୁ ଊର୍‌ଦ୍ଧ୍ୱ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ନିଯୁକ୍ତି ଦିଆଯାଇଥିଲା ।ମାତ୍ର ଏହି ବର୍ଗର ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ୪,୬୦୦ ଗ୍ରେଡ଼ ପେ’ ମିଳୁଥିବାରୁ ଏହାକୁ ୫,୪୦୦କୁ ବୃଦ୍ଧି କରିବା ପାଇଁ ଦୀର୍ଘ ୮ ବର୍ଷ ଧରି ସରକାରଙ୍କ ନିକଟରେ ଦାବୀ କରାଯାଇ ଆସୁଥିଲେ ହେଁ ସରକାର ଏ ଦିଗରେ ଆଜିପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ ନ କରିବା ଅନୁତାପର ବିଷୟ । କାରଣ ନିକଟରେ ଗଣ ଶିକ୍ଷା ବିଭାଗ ଦ୍ୱାରା ଯୁକ୍ତ ୨ ଶିକ୍ଷାଦାନ ନିମନ୍ତେ ନିଯୁକ୍ତି ପାଇଥିବା ପିଜିଟି(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ)ଙ୍କ ଗ୍ରେଡ ପେ’ ୪,୬୦୦ ଥିବାବେଳେ ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ନିଯୁକ୍ତ ହୋଇଥିବା ଏସଏସବି ଅଧ୍ୟାପକମାନେ ସ୍ନାତକ ଓ ସ୍ନାତକୋତ୍ତର ପିଲାଙ୍କୁ ଶିକ୍ଷାଦାନ କରୁଥିଲେ ମଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକଙ୍କ ଦରମା ସହିତ ସମାନ ଗ୍ରେଡ଼ ପେ’ ପ୍ରଦାନ କରାଯାଉଥିବାରୁ ସେମାନଙ୍କ ମନରେ ଗଭୀର ଅସନ୍ତୋଷ ଦେଖାଦେଇଛି । ଉଚ୍ଚତର ଶିକ୍ଷାଗତ ଯୋଗ୍ୟତା ଆଧାରରେ ଉଚ୍ଚ ଶିକ୍ଷା ଶ୍ରେଣୀ ଶିକ୍ଷା ଦାନ ନିମନ୍ତେ ନିଯୁକ୍ତି ପାଇଥିଲେ ମଧ୍ୟ ଅଧସ୍ତନ ସ୍ତରରେ କାର୍ଯ୍ୟ କରୁଥିବା କର୍ମଚାରୀର ବେତନ ସହିତ ସମାନ ଦରମା ପାଉଛନ୍ତି । ଏଥିପାଇଁ ସରକାରଙ୍କ ନିକଟରେ ଏସଏସବି ଅଧ୍ୟାପକମାନେ ନିଜର ମୌଳିକ ପ୍ରାପ୍ୟ ଓ ଉଚିତ୍ ସମ୍ମାନ ପାଇବା ପାଇଁ ୪,୬୦୦ ଗ୍ରେଡ଼ ପେକୁ ସଂଶୋଧନ କରି ୫,୪୦୦କୁ ବୃଦ୍ଧି କରିବା ଲାଗି ବାରମ୍ବାର ଦାବୀ କରି ଆସୁଥିଲେ ହେଁ ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟି ନଦେବା ଶିକ୍ଷକ ସମାଜକୁ ନିରାଶ କରିଛି । ଏସଏସବି ଅଧ୍ୟାପକଙ୍କ ନାର୍ଯ୍ୟ ଦାବୀକୁ ସରକାର ଖୁବଶୀଘ୍ର ପୂରଣ ନ କଲେ ଆଗାମୀ ଦିନରେ ସାରା ରାଜ୍ୟରେ କଲମ ଛାଡ଼ ଆନ୍ଦୋଳନ ଆହୁରି ତୀବ୍ରତର କରାଯିବ ବୋଲି ନବରଙ୍ଗପୁର ଶାଖାର ଜିଲ୍ଲା ସଭାପତି ତଥା ନବରଙ୍ଗପୁର ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ଅଧ୍ୟାପକ ଡା. ଜାହାଙ୍ଗୀର ମହମ୍ମଦ ସୂଚନା ଦେଇଛନ୍ତି ।