ନବରଙ୍ଗପୁର,ଏନ୍ଏନ୍ଏସ: ନବରଙ୍ଗପୁର ପେନଚାକ ସିଲାଟ ଆସୋସିଏସନ ଦ୍ୱାରା ପୂର୍ବରୁ ଭିନ୍ନ ଭିନ୍ନ ଅନୁଷ୍ଠାନ, ସ୍କୁଲ, କଲେଜ, ହଷ୍ଟେଲ ଓ ୟୁନିଭର୍ସିଟିରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିକ୍ଷା ଦିଆଯାଉଥିଲା । ବର୍ତ୍ତମାନ ‘ଖେଲ ଇଣ୍ଡିଆ ୱିମେନସ ଲିଗ’ରେ ଭାରତୀୟ ସ୍ପୋର୍ଟସ ଅଥୋରିଟି ୨୦୨୩ ଦ୍ୱାରା ଝାରସୁଗୁଡ଼ାର ଓଏସଏପି ସେକେଣ୍ଡ ବାଟାଲିୟନରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାୟ ୧୫ଟି ଭିନ୍ନ ଭିନ୍ନ ଜିଲ୍ଲାରୁ ୨୦୦ରୁ ଅଧିକ ଖେଳାଳି ଭାଗ ନେଇଥିଲେ। ଖେଳରୁ ନାରୀମାନେ ନିଜର ପରିଚୟ ସୃଷ୍ଟି କରିବା ହେଉଛି ଅସ୍ମିତା ଖେଲ ଇଣ୍ଡିଆର ଲକ୍ଷ୍ୟ । ସେଥିମଧ୍ୟରୁ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ହଷ୍ଟେଲରୁ ଖେଳାଳିମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପଦକ ହାସଲ କରିଛନ୍ତି । ଏମାନଙ୍କୁ ଖେଳିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁପାରିଶ ହୋଇଥିଲା । ସେମାନଙ୍କ ମଧ୍ୟରୁ ବାସନ୍ତୀ ୩ଟି ସ୍ୱର୍ଣ୍ଣ ପଦକ, ଚମ୍ପା, ଅର୍ଚ୍ଚନା, କାଞ୍ଚନ, ବାସୁଦେବୀ, ମୋନାଲିସା, ଆଦ୍ୟାଶା, ଶୁଭଶ୍ରୀ ଓ ପିଙ୍କି ରୌପ୍ୟ ପଦକ, ମେନକା, ଚମ୍ପା, ସନ୍ଧ୍ୟା, ଡିମ୍ପଲ କାଁସ୍ୟ ପଦକ ପାଇ ନବରଙ୍ଗପୁର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଝାରସୁଗୁଡ଼ାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଧାୟିକା ସୁଶ୍ରୀ ଦିପାଳୀ ଦାସ, ସମ୍ମାନିତ ଅତିଥି ଭାବେ ଓଏସଏପି -୨ ବାଟାଲିୟନ କମାଣ୍ଡାଣ୍ଟ ଆଶିଷ କୁମାର ଦୁବେ, ଡେପୁଟି କମାଣ୍ଡାଣ୍ଟ ଭବାନୀ ସେଠ୍, ଡେପୁଟି କମାଣ୍ଡାଣ୍ଟ ଶିବ ନାରାୟଣ ନାୟକ, କାର୍ଯ୍ୟକ୍ରମ ପ୍ରବନ୍ଧକ ଅଧ୍ୟକ୍ଷ ତାପସ କୁମାର ରାୟ ଚୌଧୁରୀ, ସଂଗଠନ ସମ୍ପାଦକ ଗୁରୁ ପି ଏସ୍ ଥାପା ଓ ନବରଙ୍ଗପୁରର ପ୍ରଶିକ୍ଷକ ହରିଶ୍ ବେହେରା ଯୋଗ ଦେଇଥିଲେ ।