ଲେଡି ରୋବଟ୍ ‘ବ୍ୟୋମମିତ୍ର’ ଯିବ ମହାକାଶ

ନୂଆଦିଲ୍ଲୀ: ଭାରତୀୟ ଲେଡି ରୋବଟ୍ ‘ବ୍ୟୋମମିତ୍ର’ ମହାକାଶ ଯିବ । ଗଗନଯାନ ମିଶନରେ ଲେଡି ରୋବଟ୍ ଯିବା ନେଇ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ସୂଚନା ଦେଇଛନ୍ତି । ଅକ୍ଟୋବର ପ୍ରଥମ କିମ୍ବା ୨ୟ ସପ୍ତାହରେ ଟ୍ରାଏଲ ସ୍ପେସ ଫ୍ଲାଇଟ ପଠାଯିବ । ତା’ ପରବର୍ତ୍ତୀ ଅବସ୍ଥାରେ ଲେଡି ରୋବଟକୁ ପଠାଯିବ । ମାନବ ମହାକାଶଚାରୀ ଭଳି ରୋବଟ୍ ସମାନ ଆଚରଣ ପ୍ରଦର୍ଶନ କରିବ । ମହାକାଶଚାରୀଙ୍କୁ ପଠାଇବା ଭଳି ସେମାନଙ୍କୁ ଫେରାଇ ଆଣିବା ବି ଜରୁରୀ । ବ୍ୟୋମମିତ୍ର ଦ୍ୱାରା ମହାକାଶଚାରୀଙ୍କୁ ଫେରାଇ ଆଣିବା ପରୀକ୍ଷା କରାଯିବ । ଯଦି ସବୁକିଛି ଠିକଠାକ ଚାଲେ ଆମେ ଆଗକୁ ବଢ଼ିବୁ ବୋଲି ଶ୍ରୀ ସିଂହ କହିଛନ୍ତି ।