ସଇଁନ୍ତଲା,ଏନ୍ଏନ୍ଏସ୍: ସଇଁନ୍ତଲା ମହିଳା ଓ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟରେ ଗୀତ ମାଧ୍ୟମରେ ମା’ ଓ ଶିଶୁ ମୃତ୍ୟୁହାର କମ କରିବା ପାଇଁ ସୁପୋଷଣ ଅଭିଯାନ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ସିଡିପିଓ ସବିତା ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ ଅଙ୍ଗନବାଡିରେ ମିଳୁଥିବା ସୁବିଧା, ଶୁଖିଲା ଓ ଗୁଣ୍ଡ ଖାଦ୍ୟ ହିଁ ଶିଶୁ ଓ ମା’ର ଯତ୍ନ ନେଇପାରିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ । କୁମ୍ଭାରୀ ସ୍ୱାଗତ ସେବା ସଂଘ ତରଫରୁ ୯ଟି ଗ୍ରାମରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ଅଙ୍ଗନବାଡି କର୍ମୀ, ମା’ ଓ ଶିଶୁଙ୍କ ସମେତ ଜନସାଧାରଣ ଉପସ୍ଥିତ ଥିଲେ ।
ସେହିପରି ବ୍ଲକ ଭନ୍ଦ୍ରା ସେକ୍ଟରସ୍ଥିତ ଖାସବାହାଲ(ଏ )ଠାରେ ସିଡିପିଓ ସବିତା ଦାଶଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୁମ୍ଭାରି ସ୍ୱାଗତ ସେବା ସଂଘ ପକ୍ଷରୁ ଗୀତ ଓ ନାଚ ମାଧ୍ୟମରେ ସରକାରଙ୍କ ଆଇସିଡିଏସ ତରଫରୁ ଗର୍ଭବତୀ, ପ୍ରସୂତୀକୁ ମିଳୁଥିବା ବିଭିନ୍ନ ସେବା, ହଜାରେ ଦିନର ମହତ୍ତ୍ୱ ଇତ୍ୟାଦି ଉପରେ ଗୀତ ନାଚ ମାଧ୍ୟମରେ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୁପରଭାଇଜର ପ୍ରଭାତ ନଳିନୀ ପଣ୍ଡା, ଅଙ୍ଗନବାଡି କର୍ମୀ ମଞ୍ଜୁଲତା ରଣା, ପଦ୍ମସିଲା କାଳସାଏ ଓ ରୁକୁଣି ସା ପ୍ରମୁଖ ଉପସ୍ଥିତ ଥିଲେ ।