ସଇଁନ୍ତଲା,ଏନ୍ଏନ୍ଏସ୍: ମହିଳା ପୁଲିସ ଏସଆଇଙ୍କ ଆତ୍ମହତ୍ୟା ଉଦ୍ୟମ । ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ଥାନା ଏସଆଇ କାଜଲ ବାଗ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସଇଁନ୍ତଳା ଓ ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମିଳିଥିବା ରିପୋର୍ଟ ମୁତାବକ, କାଜଲ ବାଗ ସଇଁନ୍ତଳା ଗୋପବନ୍ଧୁ ପଡ଼ାରେ ଭଡ଼ା ଘରେ ରହୁଥିଲେ । ପ୍ରେମିକ ସଙ୍ଗେ କୌଣସି କଥାକୁ ନେଇ ଫୋନରେ ଝଗଡ଼ା ହେବାରୁ ବିଷ ପିଇ ଦେଇଥିଲେ । ଏସମ୍ପର୍କରେ ସ୍ଥାନୀୟ ଲୋକେ ଜାଣିବା ପରେ କାଜଲଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତିି କରିଥିଲେ । ପୂର୍ବରୁ ସେ ବଲାଙ୍ଗିର ଟାଉନ ଥାନାରେ କାମ କରୁଥିବାବେଳେ କିଛିଦିନ ହେବ ସଇଁନ୍ତଳା ଥାନାରେ ଏସଆଇ ଭାବେ କାର୍ଯ୍ୟରତ ଥିଲେ ।