Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ବୀର ଯବାନଙ୍କ ସମ୍ମାନାର୍ଥେ ୨ ହଜାର ୨୩ ଚାରାରୋପଣ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ବୀର ଯବାନଙ୍କ ସମ୍ମାନାର୍ଥେ ୨ ହଜାର ୨୩ ଚାରାରୋପଣ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ନବରଙ୍ଗପୁର ଜିଲ୍ଲାର ଟିର୍ଲିଆମ୍ବାଗୁଡ଼ାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଓ ଜିଲ୍ଲା ସାମାଜିକ ସମୀକ୍ଷା ୟୁନିଟ, ଜିଲ୍ଲା ପରିଷଦ ନବରଙ୍ଗପୁର ତରଫରୁ ମେରା ମାଟି ମେରା ଦେଶ ତଥା ବୃକ୍ଷ ରୋପଣ ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡା. ରଞ୍ଜନ କୁମାର ବେହେରା ଦ୍ୱୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ନାୟକ ଯୋଗଦେଇ ବୀର ଯବାନଙ୍କ ବଳିଦାନ ନିକଟରେ ଆମେ ସମସ୍ତେ ଚିରଋଣୀ ବୋଲି ପ୍ରକାଶ କରିଥିଲେ । ସମ୍ମାନିତ ଅତିଥିଭାବେ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଦୁର୍ଯ୍ୟୋଧନ ଭୋଇ ଯୋଗଦେଇ ଦେଶର କୃଷକ, ବୈଜ୍ଞାନିକ ଓ ଯବାନମାନେ ହିଁ ପ୍ରକୃତ ହିରୋ ତେଣୁ ଏମାନଙ୍କୁ ସମାଜ ପ୍ରକୃତ ସମ୍ମାନ ଦେବା ଉଚିତ୍ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥଲେ । ଅନ୍ୟତମ ଅତିଥି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ସଂସ୍କୃତି ଅଧିକାରୀ ଘାଷିଆ ହରିଜନ ଓ ଜିଲ୍ଲା ଜାତୀୟ ସେବା ଯୋଜନା ଅଧିକାରୀ ବିନୋଦ ବିହାରୀ ପ୍ରଧାନ ଯୋଗଦେଇ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କାରଗିଲ ଯୁଦ୍ଧ ଲଢ଼ିଥିବା ତଥା ସେନାରୁ ଅବସର ନେଇଥିବା ୭ଜଣ ଯବାନଙ୍କୁ ସମ୍ମାନିତ କରାଯାଇଥିଲା । ସେମାନେ ହେଲେ ନବୀନ ଚନ୍ଦ୍ର ଭତ୍ରା, ଦୁର୍ଯ୍ୟୋଧନ ଭତ୍ରା, ରାଜେନ୍ଦ୍ର ନେଗି, ସଞ୍ଜୀବ ରାଜ ଖୁରା, ଯୋହନ ପିଲିନ ନାଗ, ବିଭୂତି ଭୂଷଣ ନାଗ ଓ ଦଶମୁ ଭତ୍ରା । ବୀରଯବାନମାନେ କାରଗିଲ ଯୁଦ୍ଧରେ ନିଜସ୍ୱ ଲୋମ ଟାଙ୍କୁରା ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ପରେ ସମସ୍ତ ଅତିଥିଙ୍କ ଦ୍ୱାରା ୧୫ଟି ଆମ୍ବ ଚାରା ବାଳକ ଛାତ୍ରାବାସ ପ୍ରାଙ୍ଗଣରେ ରୋପଣ କରାଯାଇଥିଲା । ସହକାରୀ ପ୍ରଫେସର ଡା. ଅରବିନ୍ଦ କୁମାର ଓଝାଙ୍କ ପରିଚାଳନାରେ କାର୍ଯ୍ୟକ୍ରମରେ ସୋନୁ ସାହୁ, ସନ୍ଧ୍ୟା ରାଣୀ ପାଢ଼ୀ, ଜିଭିଭି ରଞ୍ଜିତା, ଧନର ମାଝୀ, ଶ୍ରବଣ ପୂଜାରୀ, ସୁମନ୍ତ ବଘେଲ, ମୋନାଲିସା ନାଗ ଓ ସୁଲୋଚନା ନାୟକ ଆଦି ଅଧ୍ୟାପକ ଅଧ୍ୟାପିକା ଯୋଗ ଦେଇଥିଲେ । ପରେ ଛାତ୍ରୀ ନିବାସ, ଛାତ୍ରାବାସ ତଥା ମହାବିଦ୍ୟାଳୟର ୪ ଦିଗରେ ବିଭିନ୍ନ ପ୍ରଜାତିର ଫଳ ଓ ଜଙ୍ଗଲି ଗଛର ସମୁଦାୟ ୨ହଜାର ୨୩ ଚାରାରୋପଣ କରାଯାଇଥିଲା । ଏଥିରେ ଜିଲ୍ଲା ପରିଷଦ ନବରଙ୍ଗପୁରର ୩୦ରୁ ଅଧିକ ଗ୍ରାମ୍ୟ ସାମାଜିକ ସମୀକ୍ଷା କର୍ମୀ, ଗ୍ରାମ ରୋଜଗାର ସେବକ, ବ୍ଲକ ସାମାଜିକ ସମୀକ୍ଷକ, ଜିଲ୍ଲା ସାମାଜିକ ସମୀକ୍ଷକ ଓ ବୈବସୁତ ଚଲାନ ସମୂହ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସହଯୋଗରେ ଚାରା ରୋପଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଶେଷରେ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ସହକାରୀ ପ୍ରଫେସର ରାଜୀବ ଜାଲ ଧନ୍ୟବାଦ ଦେଇଥିଲେ ।