ମୁନିଗୁଡ଼ା ପ୍ରେସ କ୍ଲବ ତରଫରୁ ଏସଡିପିଓ ସନ୍ତୋସୀନ ଓରାମଙ୍କୁ ସ୍ୱାଗତ

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଏସଡ଼ିପିଓଙ୍କ କାର୍ଯ୍ୟାଳୟରେ ଆଜି ନୂତନ ଭାବେ ଯୋଗ ଦେଇଥିବା ଉପଆରକ୍ଷୀ ଅଧିକ୍ଷକ ସନ୍ତୋସିନୀ ଓରାମଙ୍କୁ ମୁନିଗୁଡ଼ା ପ୍ରେସ କ୍ଲବ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ମିଳିଥିବା ରିପୋର୍ଟ ମୁତାବକ, ମୁନିଗୁଡ଼ା କାର୍ଯ୍ୟାଳୟରେ ପୂର୍ବରୁ ଥିବା ସ୍ୱନାମଧନ୍ୟ ଏସଡିପିଓ ଆକାଶ ଚନ୍ଦ୍ର ସାହୁଙ୍କର ବଦଳି ରାଜଧାନୀ ଭୁବନେଶ୍ୱରକୁ ଏସଓଜି ଉପଆରକ୍ଷୀ ଅଧିକ୍ଷକ ଭାବେ ହୋଇଯାଇଛି । ତାଙ୍କ ସ୍ଥାନରେ ଶ୍ରୀମତୀ ଓରାମଙ୍କୁ ବିଷମକଟକ ଏସଡିପିଓ ଭାବେ ମୁନିଗୁଡ଼ା ଏସଡିପିଓ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି । ଏହି ଅବସରରେ ମୁନିଗୁଡ଼ା ପ୍ରେସ କ୍ଲବ ସଭାପତି ରାଜୀବାଲୋଚନ ଦାସଙ୍କ ନେତୃତ୍ୱରେ ଉପସଭାପତି ମନୋରଞ୍ଜନ ଦଳାଇ, ସମ୍ପାଦକ ନନ୍ଦକିଶୋର ପଟ୍ଟନାୟକ, ସହସମ୍ପାଦକ ନରେଶ ପାତ୍ର, ପ୍ରେସ କ୍ଲବ ରାୟଗଡ଼ା ଜିଲ୍ଲା କୋଷାଧ୍ୟକ୍ଷ ତଥା କନକ ନ୍ୟୁଜ ଜିଲ୍ଲା ରିପୋର୍ଟର ସିମାଞ୍ଚଳ ପଣ୍ଡା, ବରିଷ୍ଠ ସାମ୍ବାଦିକ ଚନ୍ଦ୍ରଶେଖର ପଣ୍ଡା, ଗଣେଶ ପାତ୍ର, କ୍ଷମାସାଗାର ଦାଶ, ଲାଡି ଶଙ୍କର ରାଓ, ପ୍ରସାଦ ସାହୁକାର, ଧନୁ କୁସୁଲିଆ ଓ ହାଡ଼ିପା ଗୌଡ଼ ପ୍ରମୁଖ ଏସଡିପିଓଙ୍କ କାର୍ଯ୍ୟାଳୟରେ ଏସଡିପୀଓ ଶ୍ରୀମତୀ ଓରାମଙ୍କୁ ପୁଷ୍ପଗୁଚ୍ଛ ଓ ଅଙ୍ଗବସ୍ତ୍ର ଦେଇ ସ୍ୱାଗତ ସମ୍ମାନ ଜଣାଇଥିଲେ । ପରେ ମୁନିଗୁଡ଼ା ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତି, ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ଆଣିବା, ନାଇଟ ପେଟ୍ରୋଲିଂ ଜାରି ରଖିବା,ବଜାରରେ ଗାଈଗୋରୁଙ୍କ ଉତ୍ପାତ, ଗଞ୍ଜେଇ ଚୋରା ଚାଲାଣ ରୋକିବା ସହ ପୂର୍ବଭଳି ସଭିଙ୍କ ସହଯୋଗ ଓ ସଚେତନତା ମାଧ୍ୟମରେ ମୁନିଗୁଡ଼ା ଅଞ୍ଚଳରେ ଶାନ୍ତି ସୌହାର୍ଦ୍ଦ୍ୟ ବଜାୟ ରଖିବାକୁ ସାମ୍ବାଦିକମାନେ ପୁଲିସ ପ୍ରକାଶିକା ଶ୍ରୀମତୀ ଓରାମଙ୍କଠାରୁ ଆଶା ରଖିଥିବା କହିଥିଲେ । ସଭିଙ୍କ ସହଯୋଗରେ ସବୁକିଛି ନିଶ୍ଚିତ ସମ୍ଭବ ହେବ ଏବଂ ଏହି ଥାନା ଅଞ୍ଚଳ ତାଙ୍କର ବହୁ ପରିଚିତ ଅଞ୍ଚ ବୋଲି ଏସଡିପିଓ ଶ୍ରୀମତୀ ଓରାମ କହିଥିଲେ ।