ବିରୋଧୀଙ୍କୁ ମୋଦୀଙ୍କ ଟାର୍ଗେଟ: ପ୍ରସ୍ତୁତ ହୋଇ କାହିଁକି ଆସୁନାହାନ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନାସ୍ଥା ପ୍ରସ୍ତାବ ଉପରେ ଆଜି ସଂସଦରେ ଭାଷଣ ଦେଇଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଜଣଙ୍କ ପରେ ଜଣେ ବିରୋଧୀଙ୍କୁ ମଜାଳିଆ ଢଙ୍ଗରେ ଟାର୍ଗେଟ କରିଛନ୍ତି । ମୋଦୀ କହିଛନ୍ତି ଯେ, ଆପଣ ଏହି ପ୍ରସ୍ତାବ ଉପରେ କିଭଳି ଚର୍ଚ୍ଚା କରିଛନ୍ତି । ବିରୋଧୀ ଫିଲ୍ଡିଂ ସଜାଇଲା କିନ୍ତୁ ଛକା ଓ ଚୌକା ଏଇଠୁ ଲାଗିଲା । ଆପଣ ନୋ ବଲ୍ ନୋ ବଲ୍ ହେଉଥାନ୍ତୁ, ଏଠୁ ସେଞ୍ଚୁରୀ ହେଇଚାଲିଛି । ବିରୋଧୀଙ୍କୁ କହିବି ଆପଣମାନେ ପ୍ରସ୍ତୁତ ହୋଇ କାହିଁକି ଆସୁନାହାନ୍ତି । ୨୦୧୮ରେ ଅନାସ୍ଥା ଆଣିଥିଲେ ୫ ବର୍ଷ ସମୟ ଦେଲି । ୫ ବର୍ଷ ପରେ ବି ଆପଣ ପ୍ରସ୍ତୁତ ହୋଇପାରିଲେନି ।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ଗୋଟିଏ ପ୍ରକାରେ ବିରୋଧୀଙ୍କ ଅନାସ୍ଥା ଆମ ପାଇଁ ଶୁଭଙ୍କର । ଜନତାଙ୍କ ଆର୍ଶୀବାଦରୁ ଏନଡିଏ ଓ ବିଜେପି ୨୦୨୪ ନିର୍ବାଚନରେ ବିଗତ ସମସ୍ତ ରେକର୍ଡ ଭାଙ୍ଗି ଶାନଦାର ବିଜୟ ସହ ଫେରିବ ବୋଲି ବରୋଧୀ ସ୍ଥିର କରିସାରିଥିବା ଆଜି ମୁଁ ଦେଖୁଛି ।