ଟର୍ଚ୍ଚ ଲାଇଟ ଭରଷାରେ ରୋଗୀ ସେବା

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଡାକ୍ତରଖାନାରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସେବା ଫେଲ ମାରିଛି । ଏହି ଡାକ୍ତରଖାନା ଉପରେ ୨୨ଟି ପଞ୍ଚାୟତର ଲୋକେ ନିର୍ଭର କରୁଥିବାବେଳେ ଡାକ୍ତର ଅଭାବ ସହ ବିଦ୍ୟୁତ ନଥିବା ଯୋଗୁ ଟର୍ଚ୍ଚ ଲାଇଟରେ ଚିକିତ୍ସା ଚାଲିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଅନ୍ୟପଟେ ଛାତରୁ ପାଣି ଝରୁ ଥିବାବେଳେ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି ।