ବସ ଯୋଗେ ଗଞ୍ଜେଇ ଚୋରା ଚାଲାଣ, ୩ ଗିରଫ

କେସିଙ୍ଗା,ଏନ୍‌ଏନ୍‌ଏସ୍‌: କଳାହାଣ୍ଡି ଜିଲ୍ଲା କେସିଙ୍ଗାରୁ ଏକ ଘରୋଇ ବସରେ ୧୫ କେଜିା ଗଞ୍ଜେଇ ଚୋରା ଚାଲାଣ ସମୟରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଦର୍ଶ ପୁଲିସ ଧରିବାରେ ସଫଳ ହୋଇଛି । ଏହାସହ ୩ ଅଭିଯୁକ୍ତଙ୍କୁ ଗିରଫ କରିବାରେ କରାଯାଇଛି। ଅଭିଯୁକ୍ତମାନେ ହେଲେ ହରିନଦ୍ର ୟାଦବ(୨୧), ପୁରନ୍ଦର ମାଝୀ(୨୩) ଓ ପ୍ରେମଶିଳା ଦେବୀ(୨୮) । ମିଳିଥିବା ରିପୋର୍ଟ ମୁତାବକ, ଏକ ଘରୋଇ ବସ ମୋହନଗିରିରୁ ଭବାନୀପାଟଣା ଅଭିମୁଖେ ଆସୁଥିବାବେଳେ କେସିଙ୍ଗା ପୁଲିସ କୌଣସି ସୂତ୍ରରୁ ଗଞ୍ଜେଇ ଚୋରା ଚାଲାଣ ଖବର ପାଇ କେସିଙ୍ଗା ଷ୍ଟେସନ ରୋଡ଼ ପାରିଜାତ ହୋଟେଲ ନିକଟରେ ବସକୁ ଅଟକାଇଥିଲା । ଯାଞ୍ଚ କରିବାରୁ ୩ଟି ବ୍ୟାଗରୁ ପ୍ରାୟ୧୫କେଜି ଗଞ୍ଜେଇ ଜବତ କରିବା ସହ ୩ଜଣ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି ।

ବସ କଣ୍ଡକ୍ଟରଙ୍କ କହିବାନୁଯାୟୀ, ସେମାନେ ୩ଜଣ ମଦନପୁର ରାମପୁର ବସଷ୍ଟାଣ୍ଡରୁ ବସରେ ଚଢ଼ିଥିଲେ ଓ କେସିଙ୍ଗାରୁ ଟ୍ରେନ ଯୋଗେ ଅନ୍ୟ ଜାଗାକୁ ଯିବାର ଯୋଜନା ଥିଲା ।