ମୁନିଗୁଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରେ ଅବସ୍ଥାପିତ ଓଡ଼ିଶା ରାଜ୍ୟ ବନ ଉନ୍ନୟନ ନିଗମ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବନ ଉନ୍ନୟନ ନିଗମ ଖଣ୍ଡୀୟ ପ୍ରବନ୍ଧକ ନଳିନୀକାନ୍ତ ଜୟସିଂହଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ପରିବେଶବିତ ଗୌରାଙ୍ଗ ଚରଣ ରାଉତ, ସ୍ତମ୍ଭକାର ମନୋରଞ୍ଜନ ଦଳାଇ, ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ହୃଷୀକେଶ ଜାଲି, ପ୍ରକୃତି ବନ୍ଧୁ ପ୍ରମୋଦ ସାହୁକାର, ଅଧ୍ୟାପକ ରମାକାନ୍ତ ଚିଚୁଆନ, ବନ ଉନ୍ନୟନ ନିଗମ ଆକାଉଣ୍ଟାଣ୍ଟ ମହେନ୍ଦ୍ର କୁମାର ଗୋମାଙ୍ଗ ଓ ଫିଲ୍ଡ ଆସିଷ୍ଟାଣ୍ଟ ବିଷ୍ଣୁ ପ୍ରସାଦ ପଢ଼ିହାରୀ ପ୍ରମୁଖ ଗଛ ଲଗାଇଥିଲେ । ଏହି କାର୍ଯ୍ୟକ୍ରମରେ ମୁନିଗୁଡ଼ା ବନ ଉନ୍ନୟନ ନିଗମ କାର୍ଯ୍ୟାଳୟର କର୍ମଚାରୀ ନାରାୟଣ ଦାସ, ତନୂଜ କୁମାର କର, ରଶ୍ମିତା ମହାପାତ୍ର, ଶିବଶଙ୍କର ସାହୁ, କ୍ଷମା ବେହେରା ଓ ଜ୍ଞାନ ରଞ୍ଜନ ଗୌଡ଼ ପ୍ରମୁଖ ବୃକ୍ଷ ରୋପଣରେ ସହାୟତା କରିଥିଲେ । ଆଗାମୀ ଦିନରେ ମୁନିଗୁଡ଼ା କଲେଜରେ ଅଧ୍ୟାପକ ଓ ବିଦ୍ୟାର୍ଥୀଙ୍କୁ ନେଇ କଲେଜ ପରିସରରେ ବୃକ୍ଷ ରୋପଣ କାର୍ଯ ଅନୁଷ୍ଠିତ ହେବାନେଇ ବନ ଉନ୍ନୟନ ନିଗମ ଖଣ୍ଡୀୟ ପ୍ରବନ୍ଧକ ଜୟସିଂ ପ୍ରତିକ୍ରିୟା ରଖିଥିଲେ । ଏଥିସହିତ ଏବେ ବର୍ଷା ଋତୁ ଚାଲିଥିବାରୁ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ବାଡ଼ି ବଗିଚା ଓ ସର୍ବସାଧାରଣ ସ୍ଥାନରେ ବୃକ୍ଷ ରୋପଣ କରିବାକୁ ଜୟସିଂ ଆହ୍ୱାନ ଦେଇଥିଲେ ।