ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲାରେ ମୋ ଘର ଯୋଜନାର ଶୁଭାରମ୍ଭ କରାଯାଇଛି । ଲାଭାଥିୀଙ୍କୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଋଣ ମଞ୍ଜୁର କରାଯାଇ ୩ ଲକ୍ଷ ଟଙ୍କାର ଚେକ ମଧ୍ୟ ପ୍ରଦାନ କରାଯାଇଛି । ଜିଲ୍ଲା ପରିଷଦ ସଭାଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ବ୍ଲକର ସାନ ମସିଗା, ତାରା ଗ୍ରାମର ଦୁର୍ଲଭ ମାଝୀ, ପରମେଶ୍ୱର ବିଶୋଇ ଓ ନନ୍ଦାହାଣ୍ଡି ବ୍ଲକ ଡଙ୍ଗରଭେଜା ଗ୍ରାମର ଧନୁର୍ଯ୍ୟୟ ଗୌଡ଼ଙ୍କୁ ୩ଲକ୍ଷ ଟଙ୍କା ଋଣ ରାଶିର ଚେକ୍ ଜିଲ୍ଲାପାଳ ଡା. କମଳ ଲୋଚନ ମିଶ୍ରଙ୍କ ଦ୍ୱାର ପ୍ରଦାନ କରାଯାଇଛି । ଏହାଦ୍ୱାରା ସେମାନଙ୍କର ପକ୍କା ଘର ନିର୍ମାଣ କରିବା ଚିନ୍ତା ଦୂର ହେବାସହ ସ୍ୱପ୍ନ ସାକାର ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଅନ୍ୟା ଦାସ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ନବରଙ୍ଗପୁର ଶିବ ପ୍ରସାଦ ପଟ୍ଟନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ନନ୍ଦାହାଣ୍ଡି କ୍ଷୀରୋଦ ସାହୁ, ଅଗ୍ରଣୀ ଜିଲ୍ଲା ବ୍ୟାଙ୍କ୍ ପରିଚାଳକ ସୁନୀଲ ଜାମୁଡ଼, ମୁଖ୍ୟ ପରିଚାଳକ ଏସବିଆଇ ଓ ନବରଙ୍ଗପୁର ରଜତ କୁମାର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।