କାଲିଠୁ ମୋଦୀଙ୍କ ଫ୍ରାନ୍ସ ଗସ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୧୩-୧୪ ଫ୍ରାନ୍ସ ଗସ୍ତ କରିବେ । ଏହା ମୋଦୀଙ୍କ ୬ଷ୍ଠ ଫ୍ରାନ୍ସ ଗସ୍ତ । ଜୁଲାଇ ୧୪ରେ ହେବାକୁ ଥିବା ଫ୍ରାନ୍ସ ରାଷ୍ଟ୍ରୀୟ ଦିବସରେ ‘ବେଷ୍ଟିଲ ଡେ’ ପ୍ୟାରେଡ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟଅତିଥି ଭାବେ ଯୋଗଦେବେ । ୨ ଦ୍ୱିବସୀୟ ଯାତ୍ରା ସମୟରେ ମୋଦୀ ୨୬ ରାଫେଲ ସମୁଦ୍ରୀ ଲଢ଼ୁଆ ଜେଟ ଏବଂ ୩ ସ୍କୋର୍ପିନ କ୍ୟାଟେଗରୀର ପାରମ୍ପରିକ ସବମରୀନ କିଣିବା ପାଇଁ ଅରବ ଡଲାରର ଚୁକ୍ତିକୁ ନେଇ ଘୋଷଣା କରିପାରନ୍ତି । ଫ୍ରାନ୍ସ ଯାତ୍ର ପରେ ମୋଦୀ ଆବୁ ଧାବୀ ଯିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୧୩ରେ ପ୍ୟାରିସ ପହଞ୍ଚିବେ । ମୋଦୀ ଲା ସୀନ ମ୍ୟୁଜିକାଲରେ ଭାରତୀୟ ପ୍ରବାସୀଙ୍କୁ ସମ୍ବୋଧିତ କରିବେ । କାର୍ଯ୍ୟକ୍ରମ ପରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମେକ୍ରୋ ଏଲିସୀ ପ୍ୟାଲେସରେ ଅନୁଷ୍ଠାନିକ ରୂପେ ଆବାସ ଉପରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ନୈଶ୍ୟ ଭୋଜନ ଆୟୋଜନ କରିବେ । ଏହି ସମୟରେ ୨ ନେତା ଦ୍ୱିପାକ୍ଷିକ ଆଲୋଚନା କରିବେ ଏବଂ ଗୁରୁତ୍ତ୍ୱପୂର୍ଣ୍ଣ ବୈଶ୍ୱିକ ମୁଦ୍ରା ଉପରେ ଚର୍ଚ୍ଚା କରିବା ଉପରେ ସମ୍ଭାବନା ରହିଛି ।