ଯମୁନା ଜଳସ୍ତର ବଢ଼ିବାକୁ ନେଇ ଶାହଙ୍କୁ ଚିଠି ଲେଖିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଯମୁନା ଜଳସ୍ତର ଲଗାତାର ଭାବେ ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏଥିଲାଗି ହରିୟାଣାକୁ ଦାୟୀ କରିବା ସହ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି । ହଥିନୀକୁଣ୍ଡରୁ ସୀମିତ ମାତ୍ରାରେ ପାଣି ଛାଡ଼ିବା ଦରକାର ଯଦ୍ୱାରା ଯମୁନା ସ୍ତର ଆଉ ବଢ଼ିବନି ବୋଲି କେଜ୍ରିୱାଲ ଚିଠିରେ ଉଲ୍ଲେଖ କରିଛନ୍ତି । ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ହେବାର ଅଛି ଏମିତିରେ ଯଦି ବନ୍ୟା ଆସେ ଏହାଦ୍ୱାରା ବିଶ୍ୱକୁ ଭଲ ବାର୍ତ୍ତା ଯିବନି ବୋଳି କେଜ୍ରିୱାଲ କହିଛନ୍ତି ।

ଅନ୍ୟପଟେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଜିଲ୍ଲା ପ୍ରଶାସନ ସହ ବୈଠକ କରି ବର୍ଷା ଯୋଗୁ ଉତ୍ପନ୍ନ ହୋଇଥିବା ସ୍ଥିତିର ସମୀକ୍ଷା କରିଛନ୍ତି । ଉକ୍ତ ବୈଠକରେ ଗୃହମନ୍ତ୍ରୀ ଅନୀଲ ବିଜ ଉପସ୍ଥିତ ଥିଲେ ।