ପଞ୍ଚାୟତ ନିର୍ବାଚନ ଜିତିବା ପରେ ଜନତାଙ୍କୁ ଧନ୍ୟବାଦ ଜଣାଇଲେ ମମତା

କୋଲକାତା: ପଶ୍ଚିମବଙ୍ଗର ପଞ୍ଚାୟତ ନିର୍ବାଚନରେ ତୃଣମୂଳ କଂଗ୍ରେସ ବିପୁଳ ବିଜୟ ହାସଲ କରିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭୋଟରଙ୍କୁ ଧନ୍ୟବାଦ ଜଣାଇବାକୁ ଯାଇ କହିଛନ୍ତି ଯେ, ଜନତା ମୋତେ ଆଶୀର୍ବାଦ ଦେଇଛନ୍ତି । ଆମେ ମହାତ୍ମା ଗାନ୍ଧୀ, ସୁଭାଷ ଚନ୍ଦ୍ର ବୋଷ ଓ ସ୍ୱାମୀ ବିବେକାନ୍ଦଙ୍କ ଅନୁସରଣକାରୀ ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଞ୍ଚାୟତ ନିର୍ବାଚନ ସମୟରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରବାର ପ୍ରତି ସମବେଦନା ପ୍ରକଟ କରିଛନ୍ତି । ହିଂସାରେ ୧୯ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ପରିବାରକୁ ସରକାର ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବ । ଏହାସହ ପରିବାରର ଜଣକୁ ସ୍ୱତନ୍ତ୍ର ହୋମଗାର୍ଡ ଚାକିରି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।