ବାଲେଶ୍ୱର,ଏନ୍ଏନ୍ଏସ୍: ବାହାନଗା ଭୟାବହ ଟ୍ରେନ ଦୁର୍ଘଟଣାରେ ସିବିଆଇ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ସିନିୟର ସେକ୍ସନ ଇଞ୍ଜିନିୟର ମହମ୍ମଦ ଆମିର ଖାନ୍ ଓ ଟେକ୍ନିସିଆନ ପପୁ କୁମାର । ଆଇପିସି ଧାରା ୩୦୪ (ଜାଣିକି ମୃତ୍ୟୁ ମୁହଁକୁ ଠେଲିଦେବା) ଓ ୨୦୧(ଅପରାଧ ଘଟାଇ ପ୍ରମାଣ ଲୁଚାଇବା)ରେ ଉପରୋକ୍ତ ୩ ଜଣଙ୍କୁ ଗିରଫ କରାଯାଇଛି ।
ସୂଚନାଯୋଗ୍ୟ, ବାହାନଗା ରେଲୱେ ଷ୍ଟେସନରେ ଜୁନ୍ ୨ରେ କରମଣ୍ଡଳ ଏକ୍ସପ୍ରେସ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା । ଏହାର ୧୦ ମିନିଟ ପରେ ପଛପଟୁ ଆସୁଥିବା ବାଙ୍ଗାଲୁରୁ-ହାୱଡ଼ା ଏକ୍ସପ୍ରେସ କରମଣ୍ଡଳ ଏକ୍ସପ୍ରେସକୁ ଧକ୍କା ଦେଇଥିଲା । ଉକ୍ତ ଘଟଣାରେ ୨୯୩ଜଣଙ୍କ ମୃତ୍ୟୁ ଘଟିଥିଲା ।