୪ ରାଜ୍ୟର ବିଜେପି ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ଆଡ଼କୁ ୪ ରାଜ୍ୟରେ ହେବାକୁ ଥିବା ନିର୍ବାଚନ ଲାଗି ବିଜେପି ପ୍ରଭାରୀ ଓ ସହପ୍ରଭାରୀ ଘୋଷଣା କରିଛି । ରାଜସ୍ଥାନ ପାଇଁ ପ୍ରହ୍ଲାଦ ଯୋଶୀଙ୍କୁ ପ୍ରଭାରୀ ଚୟନ କରାଯାଇଛି । ଏହାସହ ନୀତିନ ପଟେଲ ଓ କୁଲଦୀପ ବିସ୍ନୋଇଙ୍କୁ ସହପ୍ରଭାରୀ ଦାୟିତ୍ୱ ଦିଆଯାଇଛି । ସେହିପରି ଛତିଶଗଡ଼ ପାଇଁ ଓମ ପ୍ରକାଶ ମାଥୁରଙ୍କୁ ପ୍ରଭାରୀ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମନସୁଖ ମାଣ୍ଡଭୀୟ ସହପ୍ରଭାରୀ ଦାୟିତ୍ୱ ତୁଲାଇବେ ।

ମଧ୍ୟପ୍ରଦେଶ ଲାଗି ଭୂପେନ୍ଦ୍ର ଯାଦବଙ୍କୁ ପ୍ରଭାରୀ ନିଯୁକ୍ତ କରାଯାଇଥିବାବେଳେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସହପ୍ରଭାରୀ ଦାୟିତ୍ୱ ନିର୍ବାହ କରିବେ । ଏହାବ୍ୟତୀତ ତେଲେଙ୍ଗାନାର ପ୍ରଭାରୀ ଭାବେ ପୂର୍ବମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ସୁନୀଲ ବଂଶଲଙ୍କୁ ସହପ୍ରଭାରୀ ନିଯୁକ୍ତ କରାଯାଇଛି ।