ନୂଆଦିଲ୍ଲୀ: ମହିଳା କୁସ୍ତିଯୋଦ୍ଧାଙ୍କ ଯୌନ ଶୋଷଣ ମାମଲାରେ ଦିଲ୍ଲୀ କୋର୍ଟ କୁସ୍ତି ସଂଘର ପୂର୍ବ ଚେୟାରମ୍ୟାନ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ସମନ ଜାରି କରିଛି । ବ୍ରିଜଭୂଷଣଙ୍କ ସହ କୁସ୍ତି ସଂଘର ପୂର୍ବ ଆସିଷ୍ଟାଣ୍ଟ ସେକ୍ରେଟରୀ ବିନୋଦ ତମାରଙ୍କୁ ମଧ୍ୟ ସମନ ଜାରି କରିଥିବା ଜଣାପଡ଼ିଛି । ଜୁଲାଇ ୧୮ରେ ଉଭୟ ବ୍ରିଜଭୂଷଣ ଓ ବିନୋଦଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ ୬ ନାବାଳିକାଙ୍କ ତରଫରୁ ବ୍ରିଜଭୂଷଣ ବିରୋଧରେ ଯୌନ ଶୋଷଣ ମାମଲାରେ ଦାଖଲ ହୋଇଥିବା ଚାର୍ଜସିଟକୁ ଯାଞ୍ଚ କରିବା ପରେ ଏହି ଫଇସଲା ନେଇଛନ୍ତି ।