ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମୋଦୀ ସରନେମ ମାମଲାରେ ତଳ ଅଦାଲତ ଦୋଷୀ ସାବ୍ୟସ୍ତ କରିଥିଲେ । ଆଉ ଗୁଜରାଟ ହାଇକୋର୍ଟ ଏବେ ତଳ କୋର୍ଟ ରାୟକୁ କାୟମ ରଖିଛନ୍ତି । ହାଇକୋର୍ଟଙ୍କ ରାୟ ପରେ କଂଗ୍ରେସ ନେତା ତଥା ରାହୁଲଙ୍କ ଓକିଲ ମନୁ ସିଂଘବୀ ପ୍ରେସ କନଫ୍ରେନ୍ସ କରିଛନ୍ତି ।
ମନୁ ସିଂଘବୀ କହିଛନ୍ତି ଯେ, ରାହୁଲ ଗାନ୍ଧୀ ମାମଲାରେ ଏବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବୁ । ଗୁଜରାଟ ହାଇକୋର୍ଟଙ୍କ ଫଇସଲା ନୈରାଶ୍ୟଜନକ ଏବଂ ଏହା ଏକ ଅପ୍ରତ୍ୟାଶିତ ଫଇସଲା ନୁହେଁ ।