ଜୁଲାଇ ୧୪ରେ ‘ଚନ୍ଦ୍ରାୟନ ୩’ ହେବ ଲଞ୍ଚ

ବାଙ୍ଗାଲୁରୁ: ବହୁପ୍ରତୀକ୍ଷା ପରେ ‘ଚନ୍ଦ୍ରାୟନ ୩’ର ଲଞ୍ଚ ତାରିଖ ଇସ୍ରୋ ଘୋଷଣା କରିଦେଇଛି । ଜୁଲାଇ ୧୪ ଦ୍ୱିପ୍ରହର ୨ଟା ୩୫ ମିନିଟରେ ‘ଚନ୍ଦ୍ରାୟନ ୩’ ଲଞ୍ଚ ହେବ ବୋଲି ଇସ୍ରୋ ପକ୍ଷରୁ ଟ୍ୱିଟ୍ କରି ସୂଚନା ପ୍ରଦାନ କରାଯାଇଛି । ‘ଚନ୍ଦ୍ରାୟନ ୩’ ମିଶନକୁ ନେଇ ଇସ୍ରୋ ଅଧ୍ୟକ୍ଷ ସୋମନାଥ .ଏସ୍ କହିଛନ୍ତି ଯେ, ଅଗଷ୍ଟ ୨୩ କିମ୍ବା ୨୪ରେ ଇସ୍ରୋ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ପ୍ରୟାସ କରିବ ।

ସୂଚନାଯୋଗ୍ୟ, ‘ଚନ୍ଦ୍ରାୟନ ୩’ ମିଶନ ଅନ୍ତର୍ଗତ ଚନ୍ଦ୍ରମା ଚଟ୍ଟାଣର ଉପରି ଭାଗରେ ଥର୍ମୋଫିଜିକଲ ବିଶେଷତା, ଚନ୍ଦ୍ରପୃଷ୍ଠରେ ଭୂକମ୍ପ ଆସିବାର ବାରମ୍ବାରତା, ପୃଷ୍ଠଭୂମିରେ ପ୍ଲାଜମା ବାତାବରଣ ଓ ଉପକରଣ ଓହ୍ଲାଇବା ଭଳି ସ୍ଥାନର ନିକଟ ତତ୍ତ୍ୱର ସଂରଚନାର ଅଧ୍ୟୟନ କରୁଥିବା ଉପକରଣ ପଠାଯିବ ।