ନବରଙ୍ଗପୁର,ଏନ୍ଏନ୍ଏସ୍: ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ଓ ଜିଲ୍ଲା ବିଜେଡି ସଭାପତି ତଥା ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଅନୁମୋଦନ କ୍ରମେ ଜୋନାଲ ସଂଯୋଜକ ମନୋନୀତ କରାଯାଇ ତାଲିକା ପ୍ରକାଶ କରାଯାଇଛି । ଚନ୍ଦାହାଣ୍ଡି ବ୍ଲକର ଜୋନ ୧ର ସଂଯୋଜକ ଭାବେ ବଳରାମ ପଟ୍ଟନାୟକ ଓ ଜୋନ ୨ର ଯୁବରାଜ ଜଗତଙ୍କୁ ନିଯୁକ୍ତ କରାଯାଇଥିବାବେଳେ ଝରିଗାଁ ବ୍ଲକର ଜୋନ ୧ର ଚମ୍ପାଲାଲ ପନକା, ଜୋନ ୨ର ମୋହନ ନାୟକ, ଜୋନ ୩ର ଚୈତନ ଗଣ୍ଡଙ୍କୁ ମନୋନୀତ କରାଯାଇଛି । ଉମରକୋଟ ବ୍ଲକର ଜୋନ ୧ପାଇଁ ପୁରୁଷୋତ୍ତମ ପୁଝାରୀ, ଜୋନ ୨ ଶୋଭାରାମ ମାଝୀ, ଜୋନ ୩ ରମେଶ ଜେନା, ରାଇଘର ବ୍ଲକର ଜୋନ ୧ପାଇଁ ପ୍ରେମଲାଲ ଗଣ୍ଡ, ଜୋନ ୨ରାଜେଶ ଅଧିକାରୀ, ଜୋନ ୩ କୈଳାସ ନାୟକ ଓ ଜୋନ ୪ ପାଇଁ ଶଙ୍କର ବର୍ମାଙ୍କୁ ଦାୟିତ୍ୱ ଦିଆଯାଇଛି । ପାପଡ଼ାହାଣ୍ଡି ବ୍ଲକର ଜୋନ ୧ ପାଇଁ ଯୁଗଳ ବିଷୋୟୀ, ଜୋନ ୨ ଧନଞ୍ଜୟ ଭତ୍ରା ଓ ଜୋନ ୩ ପରେଶ ଜେନା ନିଯୁକ୍ତ ହୋଇଛନ୍ତି । ଡାବୁଗାଁ ବ୍ଲକର ଜୋନ ୧ ପାଇଁ ନରସିଂହ କୋଲାର ଓ ଜୋନ ୨ ପାଇଁ ଶିବପ୍ରସାଦ ମିଶ୍ର, କୋଷାଗୁମୁଡ଼ା ବ୍ଲକ ଜୋନ ୧ ପାଇଁ ଭାସ୍କର ଦୋରା, ନବରଙ୍ଗପୁର ବ୍ଲକ ଜୋନ ୧ ପାଇଁ ତାପସ ତ୍ରିପାଠୀ ଓ ଜୋନ ୨ ପାଇଁ ଗୋବିନ୍ଦ ବିଷୋୟୀ, ତେନ୍ତୁଳିଖଣ୍ଟି ବ୍ଲକ ଜୋନ ୧ର ସୁରେଶ ନାୟକ ଓ ଜୋନ ୨ର ତନୟ ନାୟକ, ନନ୍ଦାହାଣ୍ଡି ବ୍ଲକର ଜୋନ ୧ର ଅରୁଣ ମିଶ୍ର ଓ ଜୋନ ୨ର ସୁନିଲ ସାହୁ, କୋଷାଗୁମୁଡ଼ା ବ୍ଲକ ଜୋନ ୨ର କ୍ଷୀରୋଦ ନାୟକ ଓ ଜୋନ ୩ ପାଇଁ ପ୍ରଫୁଲ୍ଲ ନାୟକ ଙ୍କୁ ମନୋନୀତ କରାଯାଇଛି । ଏନେଇ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି ।