ନୂଆଦିଲ୍ଲୀ: ଏସ୍ସିଓ ସମଗ୍ର ଏସିଆ କ୍ଷେତ୍ରରେ ଦୁଇ ଦଶନ୍ଧି ହେବ ଶାନ୍ତି, ସମୃଦ୍ଧି ଓ ବିକାଶ ଦିଗରେ ଏକ ମହତ୍ତ୍ବପୂର୍ଣ୍ଣ ପ୍ଲାଟଫର୍ମ ଭାବେ ଉଭା ହୋଇଛି । ଏହି ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀ ଜରିଆରେ ଭାରତ ପୁରୁଣା ସଂସ୍କୃତି ଓ ଲୋକଙ୍କ ମଧ୍ୟରେ ସମ୍ପର୍କ ଆମ ସହଭାଗୀତାର ଜୀବନ୍ତ ପ୍ରମାଣ । ଆମ ଏହି କ୍ଷେତ୍ରକୁ Extended Neighbourhood ନୁହେଁ Extended Family ପରି ଦେଖୁ । ଉର୍ଚୁଆଲି ଅନୁଷ୍ଠିତ ଏସସିଓ ସମ୍ମିଳନୀରେ ଅଧ୍ୟକ୍ଷତା କରି ଏହା କହିବା ସହ ଆତଙ୍କବାଦ ରୋକିବାକୁ ଆହ୍ବାନ କରିଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ଏସସିଓ ସମ୍ମିଳନୀରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ”ଏସସିଓର ଅଧ୍ୟକ୍ଷତା ଭାବରେ ଭାରତ ସହଯୋଗକୁ ନୂଆ ଶିଖର ଯାଏ ନେବାକୁ ନିରନ୍ତର ପ୍ରୟାସ କରୁଛି । ଏହାକୁ ଦୁଇ ଭାଗରେ ଭାଗ କରାଯାଇଛି । ପ୍ରଥମ ବସୁଧୌବ କୁଟୁମ୍ବକମ ଅର୍ଥାତ ସମଗ୍ର ବିଶ୍ବ ଗୋଟିଏ ପରିବାର । ଦ୍ବିତୀୟ ସୁରକ୍ଷା ଅର୍ଥନୈତିକ ବିକାଶ, ଯୋଗାଯୋଗ, ଏକତା, ସମ୍ମାନ, ସୌହାର୍ଦ୍ଦ୍ୟ ଏବଂ ପରିବେଶ ସୁରକ୍ଷା । ଭାରତ ଏସସିଓରେ ସହଯୋଗକୁ ୫-ଟି ନୂଆ ସ୍ତମ୍ବ କରିଛି । ପ୍ରଥମ ଷ୍ଟାର୍ଟଅଫ ଏବଂ ଉଦ୍ଭାବନ, ଟ୍ରାଡିସନାଲ ମେଡିସିନ, ସଶକ୍ତ ଯୁବଗୋଷ୍ଠୀ, ଡିଜିଟାଲ ଇନକ୍ଲୁସନ ଏବଂ ବୁଦ୍ଧିଷ୍ଟ ଐତିହ୍ୟ ।”