Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଫୁଟବଲ ଚମ୍ପିଆନସିପ୍‌: ଆଜି ଭାରତ-କୁଏତ ଫାଇନାଲ ଫାଇଟ, ନବମ ଟାଇଟଲ ଲକ୍ଷ୍ୟରେ ଭାରତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଫୁଟବଲ ଚମ୍ପିଆନସିପ୍‌: ଆଜି ଭାରତ-କୁଏତ ଫାଇନାଲ ଫାଇଟ, ନବମ ଟାଇଟଲ ଲକ୍ଷ୍ୟରେ ଭାରତ

ବେଙ୍ଗାଲୁରୁ: ଫୁଟବଲ ପ୍ରେମୀ ପ୍ରସ୍ତୁତ ହୋଇ ଯାଆନ୍ତୁ । ଚିୟରଅଫରେ କମ୍ପିବ ଶ୍ରୀକାନ୍ତୀରବି ଷ୍ଟାଡିୟମ କାରଣ ସାଫ ଫୁଟବଲ ଚମ୍ପିଆନସିପ ଚଳିତ ୧୪ ତମ ସଂସ୍କରଣରେ ଆଜି ଫାଇନାଲ ମ୍ୟାଚ ଖେଳାଯିବ । ଟାଇଟଲ ଟକ୍କରରେ ଭାରତ କୁଏତ ମଧ୍ୟରେ ହେବ ଫାଇଟ । ୮ଥର ସାଫ ଚମ୍ପିଆନ ହୋଇଥିବା ସୁନୀଲ ଛେତ୍ରୀଙ୍କ ନେତୃତ୍ବାଧୀନ ଭାରତୀୟ ଫୁଟବଲ ଦଳ କୁଏତକୁ ହରାଇ ନବମ ଟାଇଟଲ ହାତେଇବା ଲକ୍ଷ୍ୟରେ ରହିଛି । ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ ଫାଇନାଲ ମ୍ୟାଚ ।

ଭାରତ ବନାମ କୁଏତ: ଲିଗ ମ୍ୟାଚରେ ଭାରତ ଓ କୁଏତ ମଧ୍ୟରେ ହୋଇଥିବା ମୁକାବିଲା ୧-୧ ଗୋଲରେ ଡ୍ର ହୋଇଥିଲା । ଏହି ଚମ୍ପିଆନସିପରେ କୁଏତ ଅତିଥି ଦଳ ଭାବେ ସାମିଲ ହୋଇଥିଲା । ଫୁଟବଲ ଇତିହାସରେ ପଞ୍ଚମ ଥର କୁଏତକୁ ଭେଟିବାକୁ ଯାଉଛି ଭାରତ । ପୂର୍ବରୁ ଖେଳାଯାଇଥିବା ୪ଟି ମ୍ୟାଚରୁ ଭାରତ ଗୋଟିଏ ଜିତିଥିବା ବେଳେ ଗୋଟିଏରେ ପରାସ୍ତ ହୋଇଥିଲା ଓ ୨ଟି ମ୍ୟାଚ ଡ୍ର ରହିଥିଲା । କୁଏତ ଏକ ଟାଣୁଆ ଦଳ । ଗ୍ରୁପ ପର୍ଯ୍ୟାୟରେ କୁଏତ ବିପକ୍ଷ ମ୍ୟାଚ ୧-୧ରେ ଅମୀମାସିଂତ ରହିଥିଲା । ଦୁଇଦଳ ମଧ୍ୟରେ ଏକ କଡା ମୁକାବିଲା ଦେଖିବାକୁ ମିଳିଥିଲା । ଆଜି ଫାଇନାଲରେ ମଧ୍ୟ କଡା ଫାଇଟ ହେବ । ଭାରତ ନବମ ଟାଇଟଲ ହାତେଇବାକୁ ଲକ୍ଷ୍ୟ ରଖିଥିବା ବେଳେ ଘରୋଇ ଦଳକୁ କଡ୍ଡା ଟକ୍କର ଦେବାକୁ ପ୍ରସ୍ତୁତ ରହିଛି କୁଏତ ।

ସାଫ ଚମ୍ପିଆନସିପ ଗ୍ରୁପ-ଏରେ ଭାରତ, କୁଏତ, ପାକିସ୍ତାନ, ଓ ନେପାଳ ରହିଥିଲେ । ଫାଇନାଲ ପାଇଁ ଭାରତ ଓ କୁଏତ ଯୋଗ୍ୟତା ଅର୍ଜନ କରିଛନ୍ତି। ଭାରତ ଚତୁର୍ଥ ଥର ପାଇଁ ସାଫ ଚମ୍ପିଆନସିପ ଆୟୋଜନ କରିଛି। ଡିଫେଣ୍ଡିଂ ଚମ୍ପିଆନ ଭାରତ ମୋଟ ୮ ଥର ସାଫ୍‌ ଚମ୍ପିଆନସିପ ଟାଇଟଲ ଜିତିଛି।