ନୂଆଦିଲ୍ଲୀ: ଋଷ ରାଷ୍ଟ୍ରପତି ବ୍ଲାଦମିର ପୁତିନଙ୍କ ବିରୋଧରେ ତାଙ୍କ ବିଶ୍ୱସ୍ତ ତଥା ୱେଗନର ଗ୍ରୁପର ମୁଖିଆ ୟେବଗେନୀ ପ୍ରିଗୋଝିନ ବିଦ୍ରୋହ ଘୋଷଣା କରିଛନ୍ତି । ଇତିମଧ୍ୟରେ ଦେଶବାସୀଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି ପୁତିନ କହିଛନ୍ତି ଯେ, ନିଜ ସେନାର ମୁଖ୍ୟ ଦ୍ୱାରା ସଶସ୍ତ୍ର ବିଦ୍ରୋହ ଘୋଷଣାକୁ ମୁଁ ‘ବିଶ୍ୱାସଘାତକତା’ କହୁଛି । ଭାଇ ବିରୋଧରେ ଭାଇକୁ ଠିଆ କରାଯାଉଛି । ୱେଗନର ଋଷୀୟ ଜନତାଙ୍କୁ ଧୋକା ଦେଇଛନ୍ତି । ସେ ଆମ ପିଠିରେ ଛୁରି ଭୁଷିବା ଭଳି କାମ କରିଛନ୍ତି । ୱେଗନର ଋଷୀୟ ସେନାକୁ ଚ୍ୟାଲେଞ୍ଜ କରିଛନ୍ତି । ଆମ ଏହାର ଜବାବ ଦେବା ପାଇଁ ସେନାକୁ ଆଲର୍ଟ କରାଇ ଦେଇଛୁ । ଲୋକ ଓ ଋଷର ସୁରକ୍ଷାକୁ ନେଇ ମୁଁ ପ୍ରତିଶ୍ରୁତିବଦ୍ଧ । ଋଷ ନିଜ ଭବିଷ୍ୟତ ପାଇଁ ସବୁଠୁ କଠିନ ଲଢ଼େଇ ଲଢ଼ୁଛି ।