ଇଜିପ୍ଟ ପହଞ୍ଚିଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ପରେ ଦ୍ୱି-ଦିବସୀୟ ରାଜକୀୟ ଯାତ୍ରାରେ କାହିରା ପହଞ୍ଚିଛନ୍ତି । ଏହା ମୋଦୀଙ୍କ ପ୍ରଥମ ଇଜିପ୍ଟ ଯାତ୍ରା । ଦୀର୍ଘ ୨୬ ବର୍ଷ ପରେ ଭାରତୀୟ ପ୍ରଧାନମନ୍ତ୍ରୀ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଇଜିପ୍ଟ ପହଞ୍ଚିଥିବାରୁ କାହିରା ଏୟାରପୋର୍ଟରେ ତାଙ୍କୁ ସ୍ୱାଗତ ସମ୍ବର୍ନ୍ଧନା ଦିଆଯାଇଥିଲା । ଗାର୍ଡ ଅଫ ଅନର ମଧ୍ୟ ଦିଆଯାଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, କାହିରାରେ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଓ ଇଜିପ୍ଟ ପ୍ରଧାନମନ୍ତ୍ରୀ ମୁସ୍ତଫା ମେଡବଲୀଙ୍କ ମଧ୍ୟରେ ଗୋଲଟେବୁଲ ବୈଠକ ଅନୁଷ୍ଠି ହେବ । ପରେ ମୋଦୀ ଇଜିପ୍ଟରେ ଥିବା ଭାରତୀୟ ସମୁଦାୟର ଲୋକଙ୍କ ସହ ଆଲୋଚନା କରିବେ । ମୋଦୀ କାଲି ସ୍ଥାନୀୟ ସମୟ ୯ଟା ୩୦ରେ ଅଲ ହକିମ ମସଜିଦ ପରିଦର୍ଶନ କରିବେ ।