ମଣିପୁର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ମଣିପୁର ହିଂସାକୁ ନେଇ ସଂସଦ ଭବନରେ ସର୍ବଦଳୀୟ ବୈଠକ ଜାରି ରହିଛି । ଉକ୍ତ ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ କେ ସଙ୍ଗମା ଓ ସିପିଆଇ ସଂସଦ ଜନ୍ ବ୍ରିଟାସଙ୍କ ସହିତ ଅନ୍ୟ ନେତା ଉପସ୍ଥିତ ଅଛନ୍ତି । କିନ୍ତୁ ଏନସିପି ନେତା ଶରଦ ପାୱାର ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପସ୍ଥିତ ନାହାନ୍ତି । ଶରଦ ପାୱାର ନିଜ ପ୍ରତିନିଧିକୁ ବୈଠକକୁ ପଠାଇଛନ୍ତି ।
ସୂଚନାଯୋଗ୍ୟ, ଅମିତ ଶାହ ମେ’ରେ ୪ ଦିନିଆ ମଣିପୁର ଯାତ୍ରା ସମୟରେ ଶାନ୍ତି ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ । ଉପଦ୍ରବଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନେଇ ମଧ୍ୟ ଚେତାବନୀ ଦେଇଥିଲେ । ମଣିପୁରରେ ମେ’ ୩ରୁ ଆରମ୍ଭ ହୋଇଥିବା ହିଂସା ଏବେ ବି ଜାରି ରହିଛି ।