ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ସଂସଦରେ ଆଜି ସମ୍ବୋଧନ କରିଛନ୍ତି । ମୋଦୀ କହିଛନ୍ତି ଯେ, ୟୁକ୍ରେନରେ ଜାରି ରହିଥିବା ଯୁଦ୍ଧ ରୋକିବା ପାଇଁ ଆମକୁ ଯଥାସମ୍ଭବ ଚେଷ୍ଟା କରିବାକୁ ପଡ଼ିବ । ମୋତେ ଲାଗୁଛି ବର୍ତ୍ତମାନର ସମୟ ଯୁଦ୍ଧର ନୁହେଁ । ଏହା କୂଟନୈତିକ ଓ ଆଲୋଚନାର ସମୟ ।
ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ଦୀର୍ଘ ୭ ବର୍ଷରେ ବହୁତ କିଛି ବଦଳିଲା କିନ୍ତୁ ଭାରତ-ଆମେରିକା ବନ୍ଧୁତ୍ୱକୁ ଗଭୀର କରିବାର ପ୍ରତିବଦ୍ଧତା କେବେ ବି ବଦଳିନି । ଉଭୟ ଦେଶ ମଧ୍ୟରେ ଏବେ ବିଶ୍ୱାସର ବନ୍ଧୁତା ରହିଛି । ଭାରତ ଓ ଆମେରିକା ଉଭୟ ମହାନ ଲୋକତାନ୍ତ୍ରିକ ଦେଶ । ଆମେରିକାର ସ୍ୱପ୍ନରେ ଭାରତର ଯୋଗଦାନ ରହିଛି ।