ପାଟନା: ଆଗାମୀ ଲୋକସଭା ନିର୍ବାଚନକୁ ନେଇ ବିହାରର ରାଜଧାନୀ ପାଟନାରେ ବିରୋଧୀଙ୍କ ମହାବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ମିଡିଆକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ଲାଲୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବିବାହ କରିବାକୁ ଉପଦେଶ ଦେଇଛନ୍ତି । ଲାଲୁ କହିଛନ୍ତି ଯେ, ଆପଣ ଦାଢ଼ି ଛୋଟ କରିଦିଅନ୍ତୁ । ଆପଣ ତ ଏପର୍ଯ୍ୟନ୍ତ ବିବାହ କଲେନି । ଏବେ ବି ଅଧିକ ସମୟ ହୋଇନାହିଁ । ଆପଣ ବିବାହ କରନ୍ତୁ ଏବଂ ଆମକୁ ବରଯାତ୍ରୀରେ ସାମିଲ ହେବାର ସୁଯୋଗ ଦିଅନ୍ତୁ । ଆପଣ କଥା ମାନି ବାହା ହୋଇଯାନ୍ତୁ ।
ଲାଲୁ ପ୍ରସାଦ ଯାଦବଙ୍କ କଥା ଶୁଣି ବିରୋଧୀ ଦଳର ସମସ୍ତ ନେତା ହଁସିବା ସହ ରାହୁଲ ମଧ୍ୟ ନିଜ ହଁସକୁ ଅଟକାଇ ପାରିନଥିଲେ ।