ସାଥୀରେ ନିର୍ବାଚନ ଲଢ଼ିବେ ବିରୋଧୀ

ନୂଆଦିଲ୍ଲୀ: ବିହାରର ପାଟଣାରେ ଆଜି ବିରୋଧୀ ଦଳର ମହାବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୩୦ରୁ ଅଧିକ ବିରୋଧୀ ନେତା ସାମିଲ ହୋଇଥିଲେ । ଏଥିରେ ଲୋକସଭା ନିର୍ବାଚନ ୨୦୨୪ରେ ବିଜେପି ବିରୋଧରେ ଏକତ୍ରିତ ହୋଇ ମଇଦାନକୁ ଓହ୍ଲାଇବା ରଣନୀତି ଉପରେ ମନ୍ଥନ କରାଯାଇଥିଲା । ବିରୋଧୀ ଦଳର ଏହି ମହାମନ୍ଥନ ପାଖାପାଖି ୪ ଘଣ୍ଟା ଚାଲିଥିଲା ।

ଏହି ବୈଠକ ପରେ ମିଳିତ ସାମ୍ବାଦିକ ସମ୍ମିଳନୀରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି ଯେ, ଆଜିର ଏହି ବୈଠକରେ ଦେଶର ସମସ୍ତ ପ୍ରମୁଖ ବିରୋଧୀ ଦଳର ନେତାମାନେ ସାମିଲ ହୋଇଥିଲେ । ଏଥିରେ ମିଶିକି ନିର୍ବାଚନ ଲଢ଼ିବା ନେଇ ନିଷ୍ପତ୍ତି ନିଆଯାଇଛି । ଆଗାମୀ ବୈଠକ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ । ଆଗାମୀ ବୈଠକ ଶେଷ ବୈଠକ ମଧ୍ୟ ହେବ । ଆମେ ସମସ୍ତେ ଏକାଠି ହୋଇ ବିଜେପିକୁ ୧୦୦ ସିଟରେ ହରାଇବୁ । ଆମେ ସମସ୍ତେ ଏକାଠି ରହିଲେ ବିଜେପି ନିଶ୍ଚିତ ପରାଜିତ ହେବ ।