ଡିସିବି ବ୍ୟାଙ୍କ ସ୍ଥାପନା ଦିବସ ପାଳିତ

ଦେବଗଡ଼,ଏନ୍‌ଏନ୍‌ଏସ୍ : ଡିସିବି ବ୍ୟାଙ୍କ ସ୍ଥାପନାର ୩ୟ ବର୍ଷ ପୂର୍ତ୍ତି ଅବସରରେ ଆଜି ବ୍ୟାଙ୍କ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡିସିବି ବ୍ୟାଙ୍କ ଦେବଗଡ଼ ଶାଖା ପରିଚାଳକ ଜୀବନ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଉପଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ, ସମ୍ମାନିତ ଅତିଥିଭାବେ ପୌରାଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ ଓ ବ୍ୟାଙ୍କର ସ୍ୱତନ୍ତ୍ର ଗ୍ରାହକ ସଞ୍ଜୀବ କୁମାର ଅଗ୍ରୱାଲ ଯୋଗଦେଇ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ବ୍ୟାଙ୍କ ପକ୍ଷରୁ ଜନସାଧାରଣଙ୍କ ପାଇଁ ଗ୍ରହଣ କରାଯାଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ବ୍ୟାଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯିବା ସହ ଡିସିବି ବ୍ୟାଙ୍କରେ ଖାତା ଖୋଲି ବ୍ୟାଙ୍କ ପକ୍ଷରୁ ପ୍ରଦତ୍ତ ଲାଭର ସୁଯୋଗ ନେବାକୁ ଆହ୍ୱାନ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ୟାଙ୍କ ଅଧିକାରୀ ଶର୍ମିଷ୍ଠା ପ୍ରିୟଦର୍ଶିନୀ, ବଟକୃଷ୍ଣ ସାହୁ, ଶୁଭମ ସାହୁ, ଆକାଶ ମେହେରା, ସୁନୀଲ କୁମାର ମହାରଣା, ଅଭିଜିତ ନାୟକ, ମହମ୍ମଦ ଇନ୍ତ୍ୟିାଜ ଓ ଦିଲ୍ଲୀପ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।