ଟାଙ୍ଗୀ,ଏନ୍ଏନ୍ଏସ୍: ଦୁଇ ଦିନ ଧରି ଲଗୁଚାପ ଜନିତ ବର୍ଷା ହେବରୁ ସାରା ରାଜ୍ୟ ବେହାଲ ହୋଇଯାଇଛି। କଟକ ଜିଲ୍ଲା ଟାଙ୍ଗୀ ଭଟ୍ଟିମୁଣ୍ଡାର ମୁଖ୍ୟ ରାସ୍ତା ମେଣ୍ଢା ଖାଇ ପୋଲ ଉପରେ ୩ଫୁଟ ଉଚ୍ଚତାରେ ପାଣି ଚାଲୁଥିବା ଦେଖାଯାଇଛି। ଏନେଇ ଯାତାୟାତ ପ୍ରଭାବିତ ହୋଇଛି। ବହୁ କଷ୍ଟରେ ଉକ୍ତ ପୋଲ ଉପରେ ଚାରିଚକିଆ ଯାନ ଯାଉଥିବାବେଳେ ବାଇକ୍ ଓ ଛୋଟ ଚକ ଗାଡ଼ି ସେହି ପୋଲ ଦେଇ ବିପଦସଙ୍କୁଳ ଅବସ୍ଥାରେ ଯାତାୟତ କରୁଛନ୍ତି।
