ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଜଜ୍

ପାଟଣାଗଡ଼: ପାଟଣାଗଡ଼ କୋର୍ଟର ଅତିରିକ୍ତ ଜିଲ୍ଲା ଜଜ ଜଣେ ଦୁଷ୍କର୍ମକାରୀକୁ ୧୦ ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଦୋଷୀ ଜଣକ ହେଲେ ପାଟଣାଗଡ଼ ଲରମ୍ଭା ଥାନା ଅନ୍ତର୍ଗତ ରେଙ୍ଗାଲି ଗାଁର ଲୁଚନ ରାଣା । ମିଳିଥିବା ରିପୋର୍ଟ ମୁତାବକ, ଗତ ୨୦୨୧ ମସିହାରେ ଲୁଚନ ଏକ ଝିଅକୁ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ସେସମୟରେ ଲରମ୍ଭା ପୁଲିସ ଏକ ମାମଲା ରୁଜୁ କରିଥିଲା ଆଜି ତାହାର ଶୁଣାଣୀ କରି ମାନ୍ୟବର ଅତିରିକ୍ତ ଜିଲ୍ଲା ଜଜ ଅଭିଯୁକ୍ତକୁ ଭାରତୀୟ ପିଙ୍ଗଲ କୋର୍ଡ଼ର ୩୭୬ (୨) (୩) ଦୋଷୀ ସାବ୍ୟସ୍ତ କରି ସଜା ଶୁଣାଇବା ସହ ୧୦ ହଜାର ଟଙ୍କା ଜୋରିମାନା ଲଗାଇଛନ୍ତି । ୧୦ ହଜାର ଟଙ୍କା ନଦେଲେ ଅତିରିକ୍ତ ୬ ମାସ ସଜା ଶୁଣାଇଛନ୍ତି । ଏହାସହ ଦଫା ୪୫୦ପିଙ୍ଗଲ କୋର୍ଡ଼ରେ ସଜା ଶୁଣାଇ ୨ ବର୍ଷ ଓ ହଜାରେ ଟଙ୍କା ଜୋରିମାନା ଅନାଦେୟ ୩ମାସ କାରାଦଣ୍ଡ ଶୁଣାଇଛନ୍ତି । ଦଫା ୫୦୬ରେ ଦୋଷୀ ସାବ୍ୟସ୍ତ କରି ଆହୁରି ୧ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଥିବା ଜଣାପଡ଼ିଛି । ଏଥିରେ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ଭକ୍ତରାମ ବାଗ ମାମଲା ପରିଚାଳନା କରିଥିଲେ ।