ନୂଆଦିଲ୍ଲୀ: ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଟ୍ୱିଟର ମାଲିକ ତଥା ଟେସଲା ସିଇଓ ଏଲନ ମସ୍କଙ୍କୁ ଭେଟିଛନ୍ତି । ଏହି ସମୟରେ ମୋଦୀ ଓ ମସ୍କଙ୍କ ମଧ୍ୟରେ ଦୁନିଆର ସବୁଠୁ ବଡ଼ ଇଲେକ୍ଟ୍ରିକ କାର କମ୍ପାନୀ ଟେସଲାର ଭାରତ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ହୋଇଥିଲା । ନ୍ୟୁୟର୍କ ପ୍ୟାଲେସ ହୋଟେଲରେ ମସ୍କ କହିଛନ୍ତି ଯେ, କମ୍ପାନୀ ନିକଟ ଭବିଷ୍ୟତରେ ଭାରତରେ ପ୍ରବେଶ କରିବ ଯାହାକି ଦେଶର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ।
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ପରେ ଏଲନ ମସ୍କ କହିଛନ୍ତି ଯେ, ମୁଁ ଆସନ୍ତା ବର୍ଷ ଭାରତ ଗସ୍ତ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛି ଏବଂ ଟେସଲା ଭାରତରେ ପ୍ରବେଶ କରିବ ବୋଲୁ ଆଶା ରଖିଛି । ମୋଦୀ ମୋତେ ସମର୍ଥନ କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଉଛି । ଆମେ ନିକଟ ଭବିଷ୍ୟତରେ କିଛି ଘୋଷଣା କରିବାକୁ ନେଇ ଆଶାବାଦୀ ଅଛି । ଭାରତ ସହ ଆମ ସମ୍ବନ୍ଧରେ ଏହା ଏକ ନିବେଶ ହେବ । ମୁଁ ମୋଦୀଙ୍କର ଜଣେ ବଡ଼ ପ୍ରଶଂସକ ।